ମାଁ ଓ କୋମଳ ଶିଶୁଙ୍କ ମଧ୍ୟରେ ବାଧକ ସାଜିଛି ଯକ୍ଷ୍ମାରୋଗ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ୟୁନାଇଟେଡ୍ ଇଣ୍ଡିଆ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ତାବରଡ଼ା ଗ୍ରାମର ସମ୍ଜା ରାଣୀ ସିଂ ନାମକ ଜଣେ ଗରିବ ରୋଗୀଙ୍କୁ ଗତ କିଛିଦିନ ପୂର୍ବେ ଦେଖି ସହାୟତା ଓ ସଂପୂର୍ଣ୍ଣ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଉଛନ୍ତି | ଗରିବଙ୍କ ପାଇଁ ଓଡିଶା ସରକାର ତଥା ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି, କିନ୍ତୁ ଏହି ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବାରେ ସକ୍ଷମ ହୋଇ ପାରୁନାହିଁ । ତାହାର ଏକ ଉଦାହରଣ ସମ୍ଜା ରାଣୀ ସିଂ, ସମ୍ଜା ରାଣୀ ସିଂ ଜଣେ ୩ ବର୍ଷ ଶିଶୁର ମାତା, ସେ ଗତ ତିନିବର୍ଷରୁ ଯକ୍ଷ୍ମା ରୋଗରେ ପୀଡିତା ଏବଂ ତାଙ୍କ ଛାତି ଦେଇ ଶରୀରର ଜଳ ବାହାରି ଆସୁଛି | ଚିକିତ୍ସା ପାଇଁ ପରିବାର ଲୋକେ ନିଜ ଘର ବନ୍ଧକ ରଖି ଚିକିତ୍ସା କଲେ ସୁଦ୍ଧା ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ପୁରା ଅର୍ଥ ଯୋଗାଡ଼ କରିପାରି ନାହାନ୍ତି | ପୂର୍ବରୁ ତାଙ୍କୁ ଗଜପତି ଜିଲ୍ଲା ହସପିଟାଲରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହସପିଟାଲ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଛାତିରେ ଅପରେସନ୍ ଏବଂ ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ହସ୍ପିଟାଲ୍ ଭୁବନେଶ୍ୱରକୁ ପଠାଯାଇଥିଲା କାରଣ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହସପିଟାଲ ବ୍ରହ୍ମପୁର ହସ୍ପିଟାଲରେ ସେହି ସୁବିଧା ଉପଲବ୍ଧ ନାହିଁ | ପିଡିତାଙ୍କୁ ଚିକିତ୍ସା ପାଇଁ ପରିବାରର ପାଖରେ ଅର୍ଥର ସକ୍ଷମ ନ ଥିବା ସକଶୁ, ଗତ ଦୁଇ ବର୍ଷରୁ ସେ ଅସୁସ୍ଥ ହୋଇ ଶଯ୍ୟା ଉପରେ ବିଦ୍ୟୁତ୍ ସଂଯୋଗ ନଥିବା ଏକ ଅନ୍ଧାର କୋଠରୀରେ ପଡ଼ି ରହିଛନ୍ତି । ୟୁନାଇଟେଡ୍ ଇଣ୍ଡିଆ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନ ରୋଗୀ ପାଇଁ ଏବଂ ତାଙ୍କ ପରିବାର ସହ ଦେଖା କରି ରୋଗୀଙ୍କ ବିଷୟରେ ସିଡିଏମଓ ଗଜପତିଙ୍କୁ ଅବଗତ କରିଥିଲେ । ଯାହା ଫଳରେ ପୀଡିତା ରୋଗୀଙ୍କୁ ସର୍ବୋତ୍ତମ ସହାୟତା ପ୍ରଦାନ କରିବାକୁ ସିଡିଏମଓ ଗଜପତି ପ୍ରତିଶୃତି ଦେଇଛନ୍ତି | ତେବେ ରୋଗୀଙ୍କ ହୃଦୟ ବିଦାରକ କାହାଣୀ ହେଉଛି, ତିନି ବର୍ଷ ହେଲା ସେ ନିଜ କୁନି ଝିଅଙ୍କୁ ଭେଟିବାରେ ଅସମର୍ଥ, କାରଣ ତାଙ୍କ ଛାତିରେ ଏକ ପାଇପ୍ ଲାଗିଅଛି ଏବଂ ଯଦି ସେ ଶରୀରକୁ ଟିକିଏ ବି ହଲାଇଦିଅନ୍ତି ତେବେ ପାଇପ୍ ଗୁଡିକ ଅପସାରଣ ହୋଇ ଯିବାର ର ଯଥେଷ୍ଟ ସମ୍ଭାବନା ରହିଅଛି | ଏଥିପାଇଁ କୋମଳ ଶିଶୁ ଏବଂ ମାଁ ଙ୍କ ସ୍ନେହ ପ୍ରେମ ସମ୍ପର୍କରେ ମଧ୍ୟରେ ଦୂରତ୍ବ ବଢ଼ାଉଛି ଏହି ରୋଗ । ଯାହାକି ପୀଡିତା ଙ୍କୁ ଦେଖିବା ଲୋକଙ୍କ ମାନଙ୍କ ମଧ୍ୟରେ ଏକ ଶୋକାକୁଳର ବାତାବରଣ ସୃଷ୍ଟି କରୁଛି । ତେବେ ୟୁନାଇଟେଡ୍ ଇଣ୍ଡିଆ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନ ଦେଇଥିବା ପ୍ରତିଶୃତି ଅନୁସାରେ ପୀଡିତା ସଂପୂର୍ଣ୍ଣ ସୁସ୍ଥ ହୋଇ ଚାଲିବା ପର୍ଯ୍ୟନ୍ତ ସହାୟତା କରିବେ ବୋଲି କହିଛନ୍ତି ମଧ୍ୟ ରୋଗୀଙ୍କ ପରିବାର ଏଭଳି ସହାୟତା ପାଇଥିବାରୁ ପରିବାରର ସଦସ୍ୟ ଅତ୍ୟନ୍ତ ଆନନ୍ଦିତର ସହ ୟୁନାଇଟେଡ୍ ଇଣ୍ଡିଆ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନଙ୍କୁ ହୃଦୟର କୃତଜ୍ଞତା ଜଣାଇଛନ୍ତି |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ