ମାଁ ଶ୍ୟାମାକାଳୀ ମନ୍ଦିରରେ ଦଣ୍ଡଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ମାଁ ଶ୍ୟାମାକାଳୀ ମନ୍ଦିରରେ ପବିତ୍ର ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି | ଏଥିଲାଗି ଶୁଭସ୍ଥାପନ ଏବଂ ବିଭିନ୍ନ ରୀତିନୀତି ପୂଜାର୍ଚ୍ଚନା ହୋଇଥିଲା | ଏହାପରେ ଦଣ୍ଡୁଆମାନେ ଶୁଭଖୁଣ୍ଟି ଧରି ନଗର ପରିକ୍ରମା କରିଥିଲେ | ଏହି ଦଣ୍ଡ ଯାତ୍ରା ମେରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁରହିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି | ସେହିପରି ମାନସିକଧାରୀମାଙ୍କ ଘର ତଥା ସମ୍ମୁଖରେ ମଧ୍ୟ ଏହି ଦଣ୍ଡ ଯାତ୍ରା ହେବ ବୋଲି କୁହାଯାଇଛି | ପ୍ରତି ବର୍ଷ ଭଳି ମନ୍ଦିରର ପୂଜକ ମନୁ ପଟ୍ଟନାୟକ ଏହି ଦଣ୍ଡଯାତ୍ରାର ପୂଜାର୍ଚ୍ଚନା କରୁଥିବାର ଲକ୍ଷ୍ୟ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ