ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ “ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ” ବୁଧବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଡ଼. ଭଗବାନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ାକ୍ତର କାଶୀନାଥ ନାୟକ ଜଣେ ସଫଳ ଡ଼ାକ୍ତର ହେବା ସହିତ ପୁଣି ଜଣେ ସୃଜନଶୀଳ ଲେଖକ ହୋଇପାରିଛନ୍ତି ବୋଲି ଖୁସିବ୍ୟକ୍ତ କରିଥିଲେ । ଡ଼ା ନାୟକ ଅତି ସୁନ୍ଦରଭାବରେ ଏହି ଆତ୍ମଜୀବନୀ ପୁସ୍ତକରେ ନିଜର ସମସ୍ତ ମୂହୁତ୍ତକୁ ଉପସ୍ଥାପନା କରିଛନ୍ତି ଯାହାକି ଅନ୍ୟ ଆତ୍ମଜୀବନୀ ପୁସ୍ତକରେ ଦେଖିବାକୁ ମିଳେ । ଏହି ପୁସ୍ତକଟି ଓଡ଼ିଆ ଭାଷାରେ ପ୍ରକାଶିତ ହେଲେ ସାରା ରାଜ୍ୟରେ ଜନାଦୃତ ହୋଇପାରବ ବୋଲି ସେ ମତ ରଖିଥିଲେ । ମୁଖ୍ୟ ବକ୍ତାଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀପ୍ରାପ୍ତ ବିଶିଷ୍ଟ ଲେଖକ ଅସୀତ ମହାନ୍ତି କହିବା ସହିତ ଲେଖକ ଡ଼ା କାଶୀନାଥ ନାୟକ ଏହି ପୁସ୍ତକରେ ନିଜ ଗ୍ରାମ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅର୍ନ୍ତଗତ ଡ଼ାହାଣହତା ଗ୍ରାମରେ ସ୍ୱାଧୀନତାର ପରବର୍ତ୍ତୀ ଗ୍ରାମୀଣ ପରମ୍ପରା, ଶିକ୍ଷା ଏବଂ ଆଚାର ବିଚାର ଅତି ସରଳ ଭାବରେ ଇଂରାଜୀ ବାକ୍ୟ ଲେଖିଛନ୍ତି । ଏହି ପୁସ୍ତକଟିକୁ ଲେଖିବାକୁ ଡ଼ା. ନାୟକ ଅବସରର ଦୀର୍ଘ ୧୧ ବର୍ଷ ଧରି ପୂର୍ବ ସ୍ମୃତିକୁ ଉଜ୍ଜିବୀତ କରି ବେଶ ସବୁ ମନେ ପକାଇ ପାଠକଙ୍କୁ ବେଶ ହୃଦୟସ୍ପର୍ଶୀ କରାଇ ପାରିଛନ୍ତି । ଏପରିକି ବର୍ତ୍ତମାନ ରହୁଥିବା ଭୁବନେଶ୍ୱରର ଉଦୟବିହାରରେ ସପରିବାର ସହିତ ପଡ଼ୋଶୀଙ୍କ ସୁସମ୍ପର୍କରେ ଜଣେ ସୁଖି ଏବଂ ପୂର୍ଣ୍ଣାଙ୍ଗ ମୁକ୍ତ ମଣିଷ ଭାବେ ଜୀବନ ଅତିବାହିତ କରୁଥିବା ସେ ଉଲ୍ଲେଖ କରିଛନ୍ତି । ସମାଜର ପୂର୍ବତନ ସମ୍ପାଦକ ଡ଼. ସତ୍ୟ ରାୟଙ୍କ ପୈାରହିତ୍ୟରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସମୀକ୍ଷକ ଓ ସମ୍ମାନିତ ଅତିଥି ଭାବରେ ଡ଼ା ପ୍ରଦୀପ କୁମାର ଆଜାର୍ଯ୍ୟ, ଡ଼ା ଦେବାଶିଷ ମିଶ୍ର, ଲେଖକଙ୍କ ପତ୍ନୀ ଡ଼ାକ୍ତର କବିତା ନାୟକ ଯୋଗ ଦେଇଥିଲେ । ଲେଖକ ଡ଼ା ନାୟକ ପୁସ୍ତକ ସମ୍ପର୍କରେ ନିଜର ମତ ରଖିବାବେଳେ ଧଉଳି ପବ୍ଲିକେଶନ୍ସା ପ୍ରକାଶକ ଡ଼. ମହେଶ୍ୱର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ