ମାଛଚାଷରେ ସ୍ୱାବଲମ୍ବୀ ହେଉଛନ୍ତି ମହିଳା
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାର ହେଉବା ଜିଲ୍ଲା ପ୍ରଶାସନ ସର୍ବଦା ମହିଳା ମାନେ କିପରି ସ୍ୱାବଲମ୍ବୀ ହେବେ ସେନେଇ ତତପରତା ଦେଖାଇଥାନ୍ତି | ଏହି ଅବସରରେ ଆଇଆରଇଏଲ କମ୍ପାନୀ ପକ୍ଷରୁ ଛତ୍ରପୁର ବ୍ଲକ ର ବହୁ ପଂଚାୟତରେ ସ୍ୱୟଂ ଗୋଷ୍ଠୀର ମହିଳାମାନଙ୍କୁ ମାଛ ଯାଆଁଳା ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏକ ପ୍ରୟାସ ଜାରିରଖିଛି | ସେମାନଙ୍କୁ ମାଗଣାରେ ମାଛ ଯାଆଁଳା ସହ ମାଛ ଖାଦ୍ୟ ପ୍ରଦାନ କରାଯାଉଛି | ଆଜି ଶ୍ରୀରାମଚନ୍ଦ୍ରପୁର ପଂଚାୟତ ଅଧିନ ଆଗ୍ରାହରମ, କାଳିଆବାଲ୍ଲୀ, ତୋଟାପଲ୍ଲୀ, ଘଡ଼ଘଡାପଲ୍ଲୀ ଗ୍ରାମରେ ଥିବା ପୋଖରୀ ଗୁଡିକରେ ମାଛ ଯାଆଁଳା ଛଡାଯାଇଥିଲା | ଏହାକୁ ମହିଳା ମାନେ ରକ୍ଷାଣବେକ୍ଷଣ କରିବା ସହ ଏହା ବଡ଼ ହେଲେ ବିକ୍ରି କରି ଏହାର ଲାଭ ଉଠାଇ ପାରିବେ | ଏହି କାର୍ଯ୍ୟକ୍ରମରେ ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ଆଇଆରଇ କର୍ତୃପକ୍ଷ ଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନେ ଉପସ୍ଥିତ ଥିଲେ |ଆଇଆରଇଏଲ୍ କମ୍ପାନୀ ମହିଳାମାନଙ୍କୁ ଆତ୍ମ-ସହାୟିକାମାନଙ୍କୁ ରୋଜଗାରକ୍ଷମ କରାଇବାରେ ବିହିତ ପଦକ୍ଷେପ ନେଇଥିବାରୁ ବିଭିନ୍ନ ମହଲରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।


