ମାଛର ମୂଲ୍ୟ ୧୩ କୋଟି

ନିକଟରେ ଏକ ମାଛକୁ ୧୩ କୋଟି ଟଙ୍କା ମୂଲ୍ୟରେ ବିକ୍ରି କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଜାପାନର ଟୁନା କିଙ୍ଗ୍‌ ଭାବେ ପ୍ରସିଦ୍ଧ ବ୍ୟବସାୟୀ କିୟୋସି କିମୁରା ନୂଆବର୍ଷ ଅବସରରେ ହୋଇଥିବା ନିଲାମିରେ ଏକ ଟୁନା ମାଛକୁ ୧୮ଲକ୍ଷ ଡଲାର ଅର୍ଥାତ୍‌ ୧୩ କୋଟି ଟଙ୍କାରେ କିଣିଛନ୍ତି । ଟୋକିଓର ମୁଖ୍ୟ ମାଛ ବଜାରରେ ରବିବାର ୨୭୬ କେଜିର ଏହି ଟୁନା ମାଛର ନିଲାମି ଡକାଯାଇଥିଲା । କିମୁରା ସର୍ବାଧିକ ୧୩ କୋଟି ଟଙ୍କାର ଅଫର ଦେଇଥିଲେ । ଗତବର୍ଷ ସେ ୨୭୮କେଜିର ଏକ ମାଛକୁ ୨୨କୋଟି ଟଙ୍କାରେ କିଣିଥିଲେ ।
ଟୁନା ମାଛ ନିଲାମି ପରେ କିମୁରା କହିଛନ୍ତି ଯେ, ମୁଁ ଏହି ମାଛକୁ ମୋ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ପରଷିବି । କିମୁରାଙ୍କ ରେଷ୍ଟୁରାଣ୍ଟ ବିଶେଷ ସାମୁଦ୍ରିକ ମାଛ ପାଇଁ ବେଶ୍‌ ପ୍ରସିଦ୍ଧ । ଟୁନା ମାଛ ବିଲୁପ୍ତ ହେବାକୁ ଥିବା ଏକ ପ୍ରଜାତିର ମାଛ ହୋଇଥିବାରୁ ଏହାର ଚାହିଦା ବଜାରରେ ବେଶ୍‌ ଅଧିକ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ