ପରଦାରେ ଜନ-ଆଦିତ୍ୟଙ୍କ ଯୋଡ଼ି

ମୁମ୍ବାଇ : ପାଞ୍ଚ ବର୍ଷ ତଳେ ମୋହିତ୍‌ ସୁରିଙ୍କ ଫିଲ୍ମ ‘ଏକ୍‌ ଭିଲେନ୍‌’ ରିଲିଜ୍‌ ହୋଇଥିଲା । ସିଦ୍ଧାର୍ଥ ମଲହୋତ୍ରା, ରିତେଶ ଦେଶମୁଖ ଏବଂ ଶ୍ରଦ୍ଧା କପୁର ଷ୍ଟାରର୍‌ ଏହି ଫିଲ୍ମକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ । ଏବେ ନିର୍ଦ୍ଦେଶକ ମୋହିତ୍‌ ଏହି ଫିଲ୍ମର ପାର୍ଟ ୨ ‘ଏକ୍‌ ଭିଲେନ୍‌-୨ ତିଆରି କରିବା ଲାଗି ଅଣ୍ଟା ଭିଡିଛନ୍ତି । ଏଥିରେ ଜନ୍‌ ଆବ୍ରାହମ୍‌ ଏବଂ ଆଦିତ୍ୟ ରୟ କପୁରଙ୍କୁ ମୁଖ୍ୟ ଭୂମିକାରେ ନେବା ଲାଗି ସେ ମନସ୍ଥ କରିଛନ୍ତି । ଏହି ଫିଲ୍ମଟି ପୂର୍ବ ଫିଲ୍ମର ସିକ୍ୱେଲ ହୋଇନଥିଲାବେଳେ ଏହାର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ମୋହିତ୍‌ କହିଛନ୍ତି । ଏହି ଫିଲ୍ମଟି ଏକ ଲଭ୍‌ଷ୍ଟୋରୀ ହେବ ଏବଂ ଏଥିରେ ଫିମେଲ ଲିଡ୍‌ ଲାଗି ଟପ୍‌ ଅଭିନେତ୍ରୀଙ୍କୁ ସାଇନ୍‌ କରାଯିବ ବୋଲି ଜଣାପଡ଼ିଛି । ମୋହିତ୍‌ କହିଛନ୍ତି ଯେ, କିଛି ଦିନ ତଳେ ଜନ୍‌ ଏବଂ ଆଦିତ୍ୟ ଫିଲ୍ମର କାହାଣୀ ଶୁଣିବା ପରେ ଏହି ଫିଲ୍ମ ଲାଗି ହଁ ଭରିଥିଲେ । ପ୍ରଥମ ଫିଲ୍ମରେ ରିତେଶ ଦେଶ୍‌ମୁଖଙ୍କୁ ପ୍ରଥମ ଥର ଲାଗି ବଡ଼ ପରଦାରେ ନେଗେଟିଭ୍‌ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମକୁ ଭୂଷଣ କୁମାର ଏବଂ ଏକତା କପୁର ପ୍ରଡ୍ୟୁସ୍‌ କରୁଛନ୍ତି । ଚଳିତ ବର୍ଷ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ‘ଆଶିକୀ -୨’ ଏବଂ ‘ମଲଙ୍ଗ୍‌’ ପରେ ମୋହିତ୍‌ଙ୍କ ସହିତ ଆଦିତ୍ୟ ରୟ କପୁରଙ୍କର ଏହା ତୃତୀୟ ଫିଲ୍ମ ହେଉଥିବା ବେଳେ ଜନ୍‌ଙ୍କର ଏହା ପ୍ରଥମ ଫିଲ୍ମ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ