ମାଟ୍ରିକ ପରୀକ୍ଷାର କୃତିଛାତ୍ରଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ଗରଦପୁର ବ୍ଲକର ବନ୍ତଳା ଗ୍ରାମପଂଚାୟତର ନିଶ୍ଚିନ୍ତଶାସନ ଗ୍ରାମର ସୁରେନ୍ଦ୍ର ପୃଷ୍ଟିଙ୍କ ପୁଅ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଦିବ୍ୟଜ୍ୟୋତି ଯଜ୍ଞପ୍ରସାଦ ପୃଷ୍ଟି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ୯୩.୫ପ୍ରତିଶତ ମାର୍କରଖି କୃତିତ୍ୱହାସଲ କରିଥିବାରୁ ପାଟକୁରା ବିଧାୟୀକା ସାବିତ୍ରୀ ଅଗ୍ରୱାଲଙ୍କ ପକ୍ଷରୁ ଗରଦପୁରବ୍ଲକ ବିଜୁ ଜନତାଦଳ ସଭାପତି ଶଶାଙ୍କ ଶେଖର ପରିଡା ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଗରଦପୁର ବ୍ଲକ ପାଇଁ ଏହା ଏକ ଗର୍ବ ଓ ଗୈାରବ ବୋଲି କହିବା ସହ ତାର ଆଗାମୀ ଭବିଷ୍ୟତର ଉଜ୍ଜ୍ୱଳମୟ ହେଉ ବୋଲି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦ନମ୍ବର ଜିଲ୍ଲା ପରିଷଦ ଜୋନର କେ.ବି.ରାଖାଲ, ଆତ୍ମା ଅଧ୍ୟକ୍ଷ ଦୀପକ ରାଉତ, ଅଶୋକ କୁମାର ଜେନା, ବ୍ରଜକିଶୋର ସାହୁ, ଅମୀୟ ସ୍ୱାଇଁ, ରଞ୍ଜନ ନାୟକ, ଆଲୋକ ମାହାଳି, ପୂର୍ଣ୍ଣଜୀତ ବରାଳ, ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ