ଗାଙ୍ଗପଡା ପଞ୍ଚାୟତରୁ ୫୯ ସ୍ୱାବ ନମୁନା ସଂଗ୍ରହ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତ ଆନୁକୂଲ୍ୟରେ ଶୁକଦେବ ବ୍ରହ୍ମଚାରୀ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଏକ ସ୍ୱାବ ନମୁନା ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗାଙ୍ଗପଡା ସରପଞ୍ଚ ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇଙ୍କ ତତ୍ତ୍ୱାବଧାନରେ ୫୯ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଓ ବିଡିଓ ସୁଧିର କୁମାର ସିଂ ଏହି ଶିବିରରେ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ ସୁଧାଂଶୁବାଳା ଲେଙ୍କା, ଲାବୋରୋଟୋରୀ ଟେକନିସିଆନ ସଙ୍ଘମିତ୍ରା ସାହୁ ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦେବାନନ୍ଦ ପରିଡାଙ୍କ ସହାୟତାରେ ଏହି ଶିବିରରେ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହି ଶିବିର ଅନୁଷ୍ଠିତ ହେବା ପାଇଁ ସରପଞ୍ଚ ଶ୍ରୀ ଘଡାଇ ବିଡିଓ ସୁଧିର କୁମାର ସିଂ ଙ୍କୁ ନିବେଦନ କରିଥିଲେ । ସରପଞ୍ଚ ଶ୍ରୀ ଘଡାଇଙ୍କ ଅନୁରୋଧ ରକ୍ଷାକରି ବିଡିଓ ସ୍ୱାବ ନମୁନା ଶିବିର କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ ବୋଲି ଶ୍ରୀ ଘଡାଇ ଏହି ଅବସରରେ ସୂଚନା ଦେଇଛନ୍ତି । ଏହି ଶିବିରରେ କୋଭିଡ -୧୯ର ସମସ୍ତ ନିୟମ ରକ୍ଷା କରାଯାଇଥିବା ସୂଚନା ମିଳିଛି ।


