ମାଟ୍ରିକ ପରୀକ୍ଷା ଫଳ: ବ୍ଳକ ଟପର ହେଲେ ଅଭିଜିତ୍ ସାହୁ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବନ୍ତ ବ୍ଲକର ଏ୧ରେ ୭ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ କୁଣ୍ଡି ମହାନ୍ତିପଡାସ୍ଥିତ ଆଶାମଣି ଉଚ୍ଚ ବିଦ୍ୟାପୀଠର ଛାତ୍ର ଅଭିଜିତ୍ ସାହୁ ୫୫୮ ନମ୍ବର ରଖି ବ୍ଲକର ଟପର ହୋଇଛନ୍ତି । ତୋଡଗାଁସ୍ଥିତ ପୀତାମ୍ବରୀ ଉଚ୍ଚ ବିଦ୍ୟାଗିରିର ଛାତ୍ରୀ ଅଙ୍କିତା ବେହେରା ୫୫୬ ନମ୍ବର ରଖି ବ୍ଲକରେ ୨ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାନ୍ତିପଡାସ୍ଥିତ ଆଶାମଣି ଉଚ୍ଚ ବିଦ୍ୟାପୀଠର ଛାତ୍ର ରାହୁଲ ଗୁପ୍ତା, ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲୁବିନା ବାତୁନ, ଆଗରପଡା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସଂସ୍କୃତି ଜେନା, କାଦବରାଙ୍ଗ ହାଇସ୍କୁଲର ଛାତ୍ରୀ ପ୍ରତିଭା ପଣ୍ଡା, ଗୋପିନାଥପୁରସ୍ଥିତ ଗୋପିନାଥ ଜୀଉ ହାଇସ୍କୁଲର ଛାତ୍ର ସୌମ୍ୟ ରଞ୍ଜନ ସାହୁ ପ୍ରତ୍ୟେକ ୫୪୦ ନମ୍ବର ରଖିଥିବା ଜଣାଯାଇଛି । ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ସେମାନେ ଶ୍ରେୟ ଦେଇଥିବା ଜଣାଯାଇଛି ।


