ମାଣିତରା ମେଡିକାଲକୁ କାୟାକଳ୍ପ ଆୱାର୍ଡ
ବୁଗୁଡା : ବ୍ଲକରେ ଏକମାତ୍ର ମାଣିତରାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଆୱାର୍ଡ ମିଳିଥିବା ଜଣାପଡିଛି।କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପୂର୍ବରୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପରିଣତ ହୋଇଥିବା ବେଳେ ବର୍ତ୍ତମାନ କାୟକଳ୍ପ ଆୱାର୍ଡ ପାଇ ଗଞ୍ଜାମ ଜିଲ୍ଲାରେ ଗୌରବ ଅର୍ଜନ କରି ପାରିଛି। ସେବା,ବ୍ୟବହାର, ସ୍ୱଚ୍ଛତା, ପରିବେଶ, ମେଡିକାଲ ପରିଚାଳନା ପ୍ରଭୃତି ୨୫ ଟି ବିଷୟକୁ ଆଧାର କରି ଏହି କାୟାକଳ୍ପ ଆୱାର୍ଡ ମିଳିଥାଏ।ଗଞ୍ଜାମ ଜିଲ୍ଲାରେ ୨୫ଟି ଡାକ୍ତରଖାନାକୁ ଏହି ଆୱାର୍ଡ ମିଳିଥିବା ବେଳେ ବ୍ରହ୍ମପୁର ସହରାଞ୍ଚଳ ପାଇଁ ୭ଟି ମେଡିକାଲକୁ ଏବଂ ଜିଲ୍ଲାର ଅବଶିଷ୍ଟ ମେଡିକାଲ ମଧ୍ୟରୁ ୧୮ ଟି ମେଡିକାଲକୁ କାୟାକଳ୍ପ ଆୱାର୍ଡ ମିଳିଅଛି। ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଆୱାର୍ଡ ମିଳିଥିବା ଯୋଗୁଁ ମାଣିତରା ମେଡିକାଲ ଅଫିସର ଡାକ୍ତର ଦୟାନିଧି ରାଉତ, ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର,ଟେକିନିସିଆ କାଳି ପ୍ରସାଦ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ କ୍ରିଷ୍ଣା ପଣ୍ଡା ପ୍ରମୁଖ କର୍ମଚାରୀ ବୃନ୍ଦ ଆନନ୍ଦ ପ୍ରକାଶ କରିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ରୋଗୀ କଲ୍ୟାଣ ସମିତିର ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ଵରୀ ଖଟେଇ ଓ ଗ୍ରାମବାସୀ ବୃନ୍ଦ ମାଣିତରା ମେଡିକାଲର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉତ୍ତମ ସେବା ପାଇଁ ମାଣିତରା ମେଡିକାଲ ଏହି ଆୱାର୍ଡ ପାଇ ପାରିଛ ବୋଲି ମତ ପ୍ରକାଶ କରିଛନ୍ତି।


