ମୋ ସରକାର ଯୋଜନାଭୁକ୍ତ ସାମାଜିକ ସୁରକ୍ଷା ବିଭାଗର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା : ମୋ ସରକାର ଯୋଜନା ଭୁକ୍ତ ହୋଇଥିବା ପରୀପ୍ରେକ୍ଷୀରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହିତ ଟୋଲଫ୍ରି ନମ୍ବର – ୧୪୫୪୫ ଏବଂ ବିଭାଗ ପକ୍ଷରୁ ପ୍ରଦତ୍ତ ୨୦ଟି ପ୍ରଶ୍ନଉତ୍ତର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । କିଭଳି ଲୋକମାନଙ୍କୁ ଉତ୍ତମ, ସ୍ୱଛ ଓ ତ୍ୱରିତ ସେବା ଯୋଗାଇ ଦିଆଯାଇପାରିବ ଓ ବ୍ଲକ ଏବଂ ପୈାରସଂସ୍ଥା ଗୁଡିକୁ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ସେବା ପ୍ରଦାନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ମାର୍ଚ୍ଚମାସ ୨ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବିଭାଗକୁ ‘ମୋ ସରକାର’ ଯୋଜନାରେ ସାମିଲ ବିଷୟରେ ଘୋଷଣା କରିବେ । ଏତଦବ୍ୟତିତ ସମସ୍ତ ଭତ୍ତା ହିତାଧିକାରୀଙ୍କ ଆଧାରକାର୍ଡ,ମୋବାଇଲ ନମ୍ବର ଓ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଜମାଖାତାର ନକଲ ସଂଗ୍ରହ କରାଯାଇ ବିଭାଗର ଫ୍ୱେବ ସାଇଟରେ ଅପଲୋଡ କରତାଯିବା ଏବଂ ଆସନ୍ତା ଅପ୍ରେଲମାସ ସୁଦ୍ଧା ଯେଉଁ ହିତାଧିକାରୀଙ୍କ ଏହିସବୁ ତଥ୍ୟ ଅପଲୋଡ ନହେବ ସେମାନେ ସେବାରୁ ବଂଚିତ ହେବେ ବୋଲି ପ୍ରତ୍ୟେକ ପଂଚାୟତ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ, କନିଷ୍ଠ ସହାୟକ, ପ୍ରୋଗ୍ରାମ ଆସିଷ୍ଟାଂଟ ଓ ୨ଟି ପୈାରାଂଚଳରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ