ମାଣିତରା ସଂକୀର୍ତ୍ତନ ଗୁରୁଙ୍କ ଦ୍ୱାଦଶହ ଉପଲକ୍ଷେ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ନାମ ସଂକୀର୍ତ୍ତନ ଦଳର ଗୁରୁ ସ୍ଵର୍ଗତ ପ୍ରକାଶ ଚନ୍ଦ୍ର ବିଶ୍ୱାଳଙ୍କ ଦ୍ୱାଦଶହ ଉପଲକ୍ଷେ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ଡିସେମ୍ବର ୧୯ ତାରିଖ ରାତ୍ରରେ ନାମ ସଂକୀର୍ତ୍ତନ ଗୁରୁ ପ୍ରକାଶ ଚନ୍ଦ୍ର ବିଶ୍ୱାଳଙ୍କ ଦେହାନ୍ତ ହୋଇଥିଲା । ମାଣିତରା ନାମ ସଂକୀର୍ତ୍ତନ ଦଳର ପ୍ରଥମ ଗୁରୁ ସ୍ୱର୍ଗତ କ୍ଷେତ୍ରବାସୀ ମହାରଣା ବହୁ ଗ୍ରାମରେ ନାମ ଗୁରୁ ଭାବେ ନାମ ସଂକୀର୍ତ୍ତନ ଶିକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାଣିତରା, ଆଜ୍ଞା ପ୍ରସାଦ, ଅରଖପୁର, ଭାଟଖାଲି, ଅଳସୁ ପାଞ୍ଚଟି ନାମ ସଂକୀର୍ତ୍ତନ ଦଳକୁ ନେଇ ମାଣିତରା ସଂକୀର୍ତ୍ତନ ଦଳର ଦ୍ଵିତୀୟ ଗୁରୁ ସ୍ଵର୍ଗତ ପ୍ରକାଶ ଚନ୍ଦ୍ର ବିଶ୍ୱାଳଙ୍କ ଆତ୍ମାର ସଦଗତି ଓ ସମ୍ମାନ ଉଦ୍ଦେଶ୍ୟରେ ଅଷ୍ଟ ପ୍ରହର ନାମ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାମ ସଂକୀର୍ତ୍ତନ ସଙ୍ଘର ରାଜ୍ୟ ଉପସଭାପତି ଧୋବା ସାହୁ ଓ ତ୍ରିଲୋଚନ ପଣ୍ଡା ମାଣିତରା ଆସି ସ୍ଵର୍ଗତ ବିଶ୍ୱାଳଙ୍କ ପରିବାରକୁ ମାନପତ୍ର ପ୍ରଦାନ କରିଥିଲେ । ଡିସେମ୍ବର ୨୯ ତାରିଖ ଦିନ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ଅଧିବାସ ହୋଇଥିବା ବେଳେ ୩୦ ତାରିଖ ସକାଳ ୭ ଘଣ୍ଟା ଠାରୁ ୩୧ ତାରିଖ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଅଖଣ୍ଡ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହାପରେ ନଗର ଭ୍ରମଣ, ଯମୁନା ସ୍ନାନ ଓ ପୂଜାକାର୍ଯ୍ୟ ସମାପନ ପରେ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ମାଣିତରା ଗ୍ରାମ ସଂକୀର୍ତ୍ତନ ଦଳ ପକ୍ଷରୁ ଆୟୋଜିତ ଅଷ୍ଟପ୍ରହର ନାମଯଜ୍ଞ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ