ମାନବିକତା ଦେଖାଇଲେ ସରପଚ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବୃଦ୍ଧାଙ୍କୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ସାହାହେଲେ ସରପଞ୍ଚ ଓ ସ୍ଥାନୀୟ ଯୁବକ । ଏଭଳି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଅଞ୍ଚଳରୁ । ଏଠାକାର ବୋରିଗାଁ ପଞ୍ଚାୟତ ଜାକରପଲ୍ଲୀ ଗାଁର ୭୫ ବର୍ଷିୟ ବୃଦ୍ଧା ଜି ବୁଡିଆମ୍ମା ଙ୍କ ମୃତ୍ୟୁ ହୋଇଥିଲା । କରୋନା ଭୟରେ ସମ୍ପର୍କୀୟ କି ଘର ଲୋକେ କାନ୍ଧ ଦେବାକୁ ଆସିଲେନି । ଦୀର୍ଘ ସମୟ ଧରି ମୃତଦେହ ସେମିତି ପଡିଥିଲା । ଫଳରେ ସ୍ଥାନୀୟ ସରପଞ୍ଚ ବସନ୍ତ କୁମାର ସାହୁ ପହଞ୍ଚି ସମସ୍ୟା ବୁଝିବା ସହ ସ୍ଥାନୀୟ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ସହାୟତା ରେ ଗାଁ ମଶାଣିକୁ ନେବା ପାଇଁ କାନ୍ଧ ଦେଇଥିଲେ ଏବଂ ନାଏବ ସରପଞ୍ଚ ପ୍ରଫୁଲ୍ଲ ରାଉଳ, ବିଜୁ ଯୁବ ବାହିନୀ ସଭାପତି ରଞ୍ଜନ ସାବତ, ଅଭିରାମ ସେଠି, ବିଦେଶୀ ସେଠି, ସନ୍ତୋଷ ସେଠି ଓ ଅରୁଣ ସେଠି ପ୍ରମୁଖ ମିଶି କୋକେଇ ରେ ସ୍ମଶାନ କୁ ନେବା ସହ ଅନ୍ତିମ ସଂସ୍କାର କରିଥିଲେ ।ଅନ୍ୟପକ୍ଷରେ ବର୍ତ୍ତମାନ ଜିଲ୍ଲାରେ ପ୍ରତ୍ୟହ ଜ୍ବର, ଥଣ୍ଡା ,କାଶ ଆଦିରେ ଲୋକଙ୍କ ମୃତ୍ୟୁ ଘଟୁଛି। ଜ୍ବର, ଥଣ୍ଡା, କାଶରେ ଅଦ୍ୟାବଧି ଜିଲ୍ଲାରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁନାହିଁ । ଗତ କିଛି ଦିନ ତଳେ ଜିଲ୍ଲାପାଳ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ଏକ ଚିଠି ଲେଖି ଜିଲ୍ଲାରେ ଯେ କୌଣସି ମୃତ୍ୟୁ ଘଟିଲେ ଜିଲ୍ଲା ପ୍ରଶାସନ ନଜରକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରତି ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ରହିଛନ୍ତି । ପ୍ରତ୍ୟହ ଜିଲ୍ଲାରେ କେତେ ଜଣଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ଦ୍ବାରା ପ୍ରଶାସନ ତଥ୍ୟ ହାସଲ କରିପାରିବ । କିନ୍ତୁ ପ୍ରଶାସନ ବଦନାମ ହେବା ଭୟରେ ଜ୍ବର, ଥଣ୍ଡା ଓ କାଶ ଜନିତ ମୃତ୍ୟୁ ଲୁଚାଉଥିବା ଅଭିଯୋଗ ହେଉଛି ।


