ମାନବ ସେବାରେ ଆକାଶବାଣୀ

ବିପିନ ବିହାରୀ ମହାନ୍ତି
ସଂବାଦ ପରିବେଷଣ ଏବଂ ଆହରଣ ନିମନ୍ତେ ତିନୋଟି ଗଣମାଧ୍ୟମ ଅଛି । ସେଗୁଡ଼ିକୁ ଆମେ ଦୃଶ୍ୟ, ଶ୍ରାବ୍ୟ ଏବଂ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମ ବୋଲି କହୁ । ଏବେକୁ ଇଲେଟ୍ରୋନିକ୍ସ ମାଧ୍ୟମ ତତ୍‌କ୍ଷଣାତ୍ କାର୍ଯ୍ୟ କରୁଛି । ସଂପ୍ରତି ଏବେକୁ ଇଲୋଟ୍ରୋନିକ୍ ମାଧ୍ୟ ମଧ୍ୟ ତଥ୍‌କ୍ଷାଣିକ କାର୍ଯ୍ୟ କରୁଛି । ସଂପ୍ରତି ଅନ୍ୟାନ୍ୟ ଗଣ ମାଧ୍ୟମ ଅପେକ୍ଷା ଦୃଶ୍ୟ-ଶ୍ରାବ୍ୟ (ଦୂରଦର୍ଶନ) ଏବଂ ଶ୍ରାବ୍ୟ (ଆକାଶବାଣୀ) ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ତା’ ତଳକୁ ଅଛନ୍ତି ପତ୍ର ପତ୍ରିକା ଇତ୍ୟାଦି । ତେବେ ଏକଥା ନିଶ୍ଚୟ କହିବୁ ଯେ ତୁରନ୍ତ ଏବଂ ସର୍ବକାଳୀନ କାର୍ଯ୍ୟକ୍ଷମ ନିମନେ ରେଡ଼ିଓ ବା ଆକାଶବାଣୀ ହିଁ ସର୍ବତ୍ତମ । ରେଡ଼ିଓ ପୃଥିବୀର ଯେତେ ବିସ୍ମୟ ଅଛି, ସେମାନଙ୍କ ମଧ୍ୟରେ ଅନ୍ୟତମ । ଏହା ମଣିଷର ସ୍ୱରକୁ ଦୂରକୁ ବିନାତାରରେ ଆକାଶର ମାଧ୍ୟମରେ ପଠାଇଥାଏ । ଏହା କୌଣସି ସ୍ଥାନରୁ ବାର୍ତ୍ତାକୁ ପୃଥିବୀର ଯେ କୌଣସି ସ୍ଥାନକୁ ପ୍ରେରଣ କରିବାରେ ମାତ୍ର ୩ମିନିଟ୍ ସମୟ ନିଏ ।
ରେଡ଼ିଓ ଉଦ୍‌ଭାବନକୁ ହେଉଛନ୍ତି ମାର୍କୋନିେଉସ୍ ତାଙ୍କର ଉଦ୍ଭାବନ ମାଧ୍ୟମରେ ପୃଥିବୀବାସୀଙ୍କୁ ନିକଟରୁ ନିକଟତର କରି ପାରିଛନ୍ତି । ରେଡ଼ିଓ ସର୍ବତ୍ର ଯଥା ସହର ଓ ମଫସଲର ଘରେ ଘରେ ବଜାରଘାଟରେ, ଜାହାଜ ବା ଉଡ଼ାଜାହଜରେ ଯୁଦ୍ଧ ବା ଶାନ୍ତି କ୍ଷେତ୍ରରେ ବିପଦ କି ଆପଦବେଳେ ସହାୟତା କ୍ଷେତ୍ରରେ, ରେଳ ଚଳାଳଚଳ ତଥା ବ୍ୟକ୍ତିଗତ ବା ସାମୁହିକ କ୍ଷେତ୍ରରେ ବାର୍ତ୍ତାର ପ୍ରେରଣ ଓ ଶ୍ରବଣ ପାଇଁ ବ୍ୟବହୃତ ହୁଏ । ଏହା ଏକ ବିଦ୍ୟୁତ୍ ମାଧ୍ୟମ ଯନ୍ତ୍ର ହୋଇନଥିବା ହେତୁ, ସବୁ ସମୟରେ ଏବଂ ସର୍ବତ୍ର କାର୍ଯ୍ୟକ୍ଷମ ହେତୁ ଏହା ଦୂରଦର୍ଶନ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ କାର୍ଯ୍ୟକ୍ଷମ ହେତୁ ଏହା ଦୂରଦର୍ଶନ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଦୃଷ୍ଟିରୁ ଅଧିକ ନିର୍ଭରଶୀଳ ।
ଦୂରଦର୍ଣନ ପରି କେବଳ ଦୃଶ୍ୟମାନ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ବାକି ସମସ୍ତ ତଥ୍ୟ ଯଥା : ସଂବାଦ, ବିତ୍ତବିନୋଦନ ବ୍ୟବସ୍ଥାରେ ନାଟକ ସଚରୀତ, ଗୀତ, ଆଲୋଚନାରେ ମତାମତ, ସମସ୍ତ ଘଟଣା, ଘୋଷଣା, ନିଯୁକ୍ତି ସଂପର୍କିତ ତଥ୍ୟ, ପାଣିପାଗ, ବାତ୍ୟା, ବନ୍ୟା, ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୁଦ୍ଧ, ଶାନ୍ତି, ଶିକ୍ଷା ଇତ୍ୟାଦିରେ ବାର୍ତ୍ତା ପାଉ । ଏତିକି କହିଲେ ଯଥେଷ୍ଟ ହେବ ଯେ କେବଳ ଦୂରଦର୍ଶନ ଛବିକୁ ବାଦଦେଲେ ବାକିସବୁ ପାଇଥାଉ । ଏତିକି କହିଲେ ଠିକ୍ ହେବ ଯେ ଦୂରଦର୍ଶନରେ ଆମେ ପୂର୍ଣ୍ଣ ସ୍ୱାଦପାଇ ନଥାଉ କାରଣ ଏହା ବିଦ୍ୟୁତ୍ ବା ସେମିତି କିଛି ଉପାୟ ଉପରେ ନିର୍ଭରଶୀଳ । ଯେଉଁ ମୁହୂର୍ତ୍ତରେ ତାହା କଟିଯାଏ, ସେଇଠି ହେଲା ବ୍ୟତିକ୍ରମ । ମାତ୍ର ସେ ପୂର୍ଣ୍ଣସ୍ୱାଦ ଦିଏ ଆକାଶବାଣୀ । ଆକଶବାଣୀ ହିଁ ଗରିବ ଲୋକର ସାଥୀ । ମାତ୍ର ଘରେ ବା ପାଖରେ ଟ୍ରାଞ୍ଜେଷ୍ଟର ସେଟଟିଏ ଥିଲେ ଏବଂ ବ୍ୟାଟେରୀର ଅଭାବ ନଥିଲେ ଏହା ଏକ ନନ୍‌ଷ୍ଟପ ବା ସର୍ବକାଳୀନ ଯନ୍ତ୍ର, ରେଡ଼ିଓର ଏକ ସ୍ଥାନିକ ବ୍ୟବସ୍ଥା ଅଛି । ବାର୍ତ୍ତା ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ପ୍ରେରଣ ପାଇଁ ଉଚ୍ଚଶକ୍ତି ସଂପନ୍ନ ଆକାଶବାଣୀ ସଂସ୍ଥାନ ଅଛି । ଏମିତିରେ ଗୋଟିଏ ଦେଶରେ ଏକାଧିକ ସଂସ୍ଥାନ ବି ପ୍ରତିଷ୍ଠା ହୋଇଛି । ବିଭିନ୍ନ ଦେଶରେ ଏହାର ନାମ କରଣ ଭିନ୍ନଭିନ୍ନ । ଭାରତରେ ଏହାକୁ ଅଲ-ଇଣ୍ଡିଆ -ରେଡ଼ିଓ ବା’ ଆକାଶବାଣୀ ଭାରତ କହିଲାବେଳେ, ପାକିସ୍ତାନରେ ଏହାର ନାମ, ରେଡ଼ିଓ ପାକିସ୍ଥାନ ଏବଂ ଗ୍ରେଟ୍ ବ୍ରିଟେନ୍‌ରେ କୁହନ୍ତି ବି.ବି.ସି. ବା ବ୍ରିଟିଶ ବ୍ରଡ଼କାଷ୍ଟିଙ୍ଗ୍ କର୍ପୋରେସନ ।
ଦୁଃଖ ଯେ ଦୂରଦର୍ଶନ ଆବିଷ୍କାର ଫଳରେ ଏବେ ରେଡ଼ିଓ ପ୍ରତି ଆନ୍ତରିକ ଆଗ୍ରହ ନାହିଁ । ବଜାରରେ ବିକ୍ରିପାଇଁ ଟିଭିର କାଟତି ଅଛି । ରେଡ଼ିଓ ଦୋକାନ ବନ୍ଦ ।
ତେବେ ସମୟ ଆସୁଛି, ଯେତେବେଳେ ଟି.ଭି.କୁ ଲୋକେ ପଚାରିବେ ନାହିଁ । ସେତେବେଳେ ରେଡ଼ିଓ ଟ୍ରାଞ୍ଜିଷ୍ଟରରେ ଦୃଶ୍ୟ ଦେଖିବାର ବ୍ୟବସ୍ଥା ହୋଇ ଯାଇଥିବ । ମୋବାଇଲ ବା ପକେଟ ରେଡ଼ିଓଟି ଦୃଶ୍ୟ-ଶ୍ରାବ୍ୟ ପାଲଟି ଯାଇଥିବ । ଏଣୁ ଏହା ସତ୍ୟ ବୋଲି ଅନୁମତି ହୁଏ ଯେ ମାନବସେବାରେ ଏହାକୁ ସର୍ବୋତ୍ତମ ଏହା ତା’ ସ୍ଥାନ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ