ବିଜେଡିର ପ୍ରଚାର ଯୋରଦାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ କେଇଟା ଦିନ ଥିବା ବେଳେ ବିଜେଡି ଦଳ ତାର ପ୍ରଚାର ପ୍ରସାରକୁ ଜୋରଦାର କରିବାରେ ଲାଗିଛି । ଗୋଷାଣୀ ବ୍ଲକ ଉପଲଡା ପଞ୍ଚାୟତ ଠାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ବରିଷ୍ଠ ନେତା ଡ. ତିରୁପତି ପାଣିଗ୍ରାହୀ, ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍‌.ଲିଙ୍ଗରାଜୁ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାସ, ଧନଞ୍ଜୟ, ଇଶ୍ୱର ରାଓ, ଏ. ଶଙ୍କର ରାଓ, ଓ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ଜୋନ୍‌-୬ ପ୍ରାର୍ଥୀ ଏସ୍‌.ବାଲାରାଜୁ ପ୍ରମୁଖ ଉପସ୍ଥିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖି ଭୋଟ ଭିକ୍ଷା କରି ଦଳୀୟ ପ୍ରାର୍ଥୀ ଏସ୍‌.ବାଲାରାଜୁଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ