ମାସ୍କ ନପିନ୍ଧି ଥିବାରୁ ଜୋରିମାନା ଆଦାୟ

ନାଉଗାଁ, (ଓ୍ବାଇଏନ୍ଏସ୍):ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ହାଟ ବଜାର ଗୁଡିକରେ ଲୋକମାନେ ମାସ୍କ ନପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି । ମଙ୍ଗଳବାର ସାପ୍ତାହିକ ହାଟ ହୋଇଥିବା ବେଳେ ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରରେ ବହୁ ଲୋକ ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ନାଉଗାଁ ଥାନା ପକ୍ଷରୁ ବଜାରର ବସଷ୍ଟାଣ୍ଡ ନିକଟରେ ତନଖି କରାଯାଇ ୨୬ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଥାନାଧିକାରୀ ଭରତ କୁମାର ବେହେରାଙ୍କ ନେତୃତ୍ୱରେ ମାସ୍କ ଚେକିଂ କାର୍ଯ୍ୟ କରାଯାଇଥିଲା । ପରବର୍ତୀ ସମୟରେ ମାସ୍କ ଚେକିଂକୁ ଗୁରୁତ୍ୱ ଦିଆଯିବ ବୋଲି ଥାନାଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଅନ୍ୟପଟରେ ନାଉଗାଁ ଥାନାର ଜୈନିକ ପୋଲିସ ଅଧିକାରୀ ଅଧିକାଂଶ ସମୟ ବିନା ମାସ୍କରେ ରାସ୍ତାରେ ଯାତାୟତ କରିବା ସହିତ ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ବିନା ମାସ୍କରେ ବୁଲୁଥିବା ନଜରି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ଗତ ଶୁକ୍ରବାର ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ସଂପୃକ୍ତ ପୋଲିସ ଅଧିକାରୀ ନାଉଗାଁ ବସଷ୍ଟାଣ୍ଡରେ କର୍ଯ୍ୟରତ ଅବସ୍ଥାରେ ବିନା ମାସ୍କରେ ଥିବା ଦେଖାଯାଇଥିଲା । ଗୋଟିଏ ପଟେ ଆଇନ୍‌କାନୁନ୍ ବିଷୟରେ ସଠିକ ଜାଣି ନଥିବା ନିରୀହ ଲୋକ ବିନା ମାସ୍କରେ ଗଲେ ଜୋରିମାନା ଦେଉଥିବା ବେଳେ ନିୟମ ବିଷୟରେ ଅବଗତ ଥିବା ସଂପୃକ୍ତ ପୋଲିସ ଅଧିକାରୀ ବିନା ମାସ୍କରେ ଗହଳି ସ୍ଥାନରେ ବୁଲିରେ କେଉଁ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ