ମିଆଁମାର ସେନାର ବର୍ବରତା, ଶହେ ବିକ୍ଷୋଭକାରୀଙ୍କୁ ହତ୍ୟା

ନୂଆଦିଲ୍ଲୀ (ୱାଇଏନ୍‌ଏସ୍ ): ମିଆଁମାରରେ ଶନିବାର ଦେଶର ରାଜଧାନୀ ନାୟପିଟାୱରେ ବାର୍ଷିକ ସୈନ୍ୟ ଦିବସରେ ସେନା ପରେଡ୍ କରିଥିଲା । ଆଉ ଆନ୍ଦୋଳନ ଦମନ କରିବାକୁ ଯାଇ ସେନା ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି । ଲୋକଙ୍କ ଆନ୍ଦୋଳନକୁ ଦବାଇବାକୁ ଯାଇ ମିଆଁମାରରେ ଏବେ ଯାଏ ସେନା ନେଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ଏହା ସବୁଠୁ ବଡ଼ । ରିପୋର୍ଟ ଅନୁସାରେ, ସେନାର ଗୁଳି ଚାଳନାରେ ୧00 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ୧୪ରେ ସେନା ଆନ୍ଦୋଳନକୁ ଦମନ କରିବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲା । ମିଆଁମାର ସେନାର ଏଭଳି ଗୁଳିଗୋଳା ଚାଳନା ଓ ଲୋକଙ୍କ ମୃତ୍ୟୁକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ନିନ୍ଦା କରାଯାଇଛି । ୨୦୨୧ ବର୍ଷ ଆରମ୍ଭରୁ ହିଁ ମିଆଁମାରରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ହିଂସା ଲାଗି ରହିଛି । ଲୋକଙ୍କ ଆନ୍ଦୋଳନ ଦମନ କରିବାକୁ ସେନା ଚେଷ୍ଟା କରୁଛି । ସଶସ୍ତ୍ର ସେନା ଦିବସକୁ ଆନ୍ଦୋଳନକାରୀ ପ୍ରତିରୋଧ ଦିବସ ବୋଲି କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନ କବଜାରୁ ମୁକ୍ତ ହେବା ଲାଗି ଏଭଳି ପ୍ରତିରୋଧ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ