ଦେଶରେ ପୁଣି ୨୪ ଘଣ୍ଟାରେ ୬୨ ହଜାର ୭୧୪ ନୂଆ ସଂକ୍ରମିତ , ୩୦୦ ମୃତ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୬୨ହଜାର ୭୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ଚିନ୍ତାଜନକ ହୋଇଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ମହାମାରୀ ନେଇଛି ୩୧୨ ଆକ୍ରାନ୍ତଙ୍କ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୧ହଜାର ୫୫୨କୁ ବୃଦ୍ଧି ପାଇଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୮୦ ଭିତରେ ରହିଥିଲା । ଧୀରେ ଧୀରେ ଏହି ସଂଖ୍ୟା ଶହେ, ପରେ ଦୁଇ ଶହ ଓ ଏବେ ତିନି ଶହ ଡେଇଁଛି । ଅକ୍ଟୋବର ପରେ ଦୈନିକ ସଂକ୍ରମଣରେ ଆଜି ସର୍ବାଧିକ ବୃଦ୍ଧି ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୯ଲକ୍ଷ ୭୧ହଜାର ୬୨୪କୁ ବୃଦ୍ଧି ପାଇଛି । ସେହିପରି ବଢୁଛି ଆକ୍ଟିଭ୍ କେସ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ୪ଲକ୍ଷ ୮୬ହଜାର ୩୧୦ଟି କରୋନା ସକ୍ରିୟ ମାମଲା ରହିଛି ।


