ମିଲେଟ ମିଶନ କୃଷି ଜନସଚେତନା ରଥ ଉଦ୍ଘାଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକ ପରିସରରେ ଆଜି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକ ସବୁଜ ପତାକା ଦେଖାଇ ମିଲେଟ ମିଶନ ରଥ ଉଦ୍ଘାଟନ କରିଥିଲେ. ଏହି ରଥ ଚାଷୀ ମାନଙ୍କ ନିମନ୍ତେ ଥିବା ବିଭିନ୍ନ ଯୋଜନା ମନ କାଶୀନଗର ବ୍ଲକ ର ବିଭିନ୍ନ ପଞ୍ଚାୟତ ପରିଭ୍ରମଣ କରି ଜନସଚେତନା ସୃଷ୍ଟି କରି ଅଞ୍ଚଳ ର ଚାଷୀ ମାନଙ୍କୁ ଠିକ ସମୟରେ ଫସଲ ବୀମା ପୈଠ କରି ନିଜେ ଚାଷ କରିଥିବା ଫସଲ କୁ ବୀମା ଯୁକ୍ତ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ. ସେହିପରି ମାଣ୍ଡିଆ ଚାଷ କୁ ତ୍ୱରାନ୍ୱିତ କରି ଏହାର ଲାଭ ଚାଷୀ ମାନଙ୍କୁ ଉଠାଇବା ପାଇଁ ସରକାର ସ୍ତରରେ ଦିଆଯାଉଥିବା ପ୍ରଚ୍ଛହନ କୁ ଚାଷୀ ମାନଙ୍କୁ ଅବଗତ କରାଇବା ଏହାର ମୁଖ୍ୟ ଲକ୍ଷ ବୋଲି କାଶୀନଗର ମିଲେଟ ମିଶନ ବ୍ଲକ ପ୍ରକଳ୍ପ ଅଧିକାରୀ ମମତା ପାତ୍ର ସୂଚନା ଦେଇଥିଲେ. ଫସଲ ବୀମା ପୈଠ କରିବା ଶେଷ ତାରିଖ ହେଉଛି ଏହି ଜୁଲାଇ ମାସ ୩୧ ତାରିଖ ହୋଇଥିବାରୁ ପ୍ରତ୍ୟକ ଚାଷୀ ନିଜ ଫସଲ କୁ ବୀମା ଯୁକ୍ତ କରିବା ଉଦେଶ୍ୟରେ ଏହି ରଥ ପ୍ରତ୍ୟେକ ପଞ୍ଚାୟତ ବୁଲିବା ଲକ୍ଷ ରଖାଯାଇଛି.ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ହୃଷିକେଶ ଗୌଡ଼,କାଶୀନଗର କୃଷି ବିଭାଗୀୟ ଅଧିକାରୀ ପ୍ରକାଶ ପାତ୍ର, ପଞ୍ଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାହୁ ଓ ସି ଆର ପି ଉପସ୍ଥିତ ଥିଲେ.


