ପ୍ରୟୋଗାତ୍ମକ ବିଜ୍ଞାନକୁ ପ୍ରୋତ୍ସାହନ ୪ ଜଣଙ୍କୁ ଛାତ୍ରବୃତ୍ତି ପ୍ରଦାନ କଲେ ଇସ୍ରୋ ଯୁବ ବୈଜ୍ଞାନିକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ପ୍ରୟୋଗାତ୍ମକ ବିଜ୍ଞାନକୁ ପ୍ରୋତ୍ସାହିତ କରିବା ସକାଶେ ପ୍ରତିବର୍ଷ ଛାତ୍ରବୃତ୍ତି ପ୍ରଦାନ କରିବା ନିମନ୍ତେ ଇସ୍ରୋର ଯୁବ ବୈଜ୍ଞାନିକ ଇ.କ୍ରୀଷ୍ଣା ଘୋଷାଣା କରିଛନ୍ତି । ଏହି ଛାତ୍ରବୃତ୍ତି ତାଙ୍କ ବାପା ସ୍ବର୍ଗତ ଇ. ରାମଲିଙ୍ଗମଙ୍କ ନାମରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୪ ଜଣ ଛାତ୍ରଙ୍କୁ ପ୍ରଦାନ କରିବେ । ବୁଧବାର ତାଙ୍କ ବାପାଙ୍କ ଶ୍ରାଦ୍ଧ ଦିବସରୁ ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ଅପରାହ୍ନରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇ. କ୍ରିଷ୍ଣା ସମ୍ମାନିତ 5 ଅତିଥି ଭାବେ ଯୋଗଦେଇ ୪ ଜଣ ଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ଗ୍ରହଣ କରିଥିବା ୪ ଜଣ ଛାତ୍ର ହେଲେ ନବମ ଶ୍ରେଣୀର ରୋହନ କୁମାର ପରିଚ୍ଛା, ସନ୍ଦୀପ କୁମାର ମହାରଣା, ଦଶମ ଶ୍ରେଣୀର ଛାତ୍ର ଅନେଶ ବରାଡ ଓ ନବୀନ କୁମାର ବେହେରା I ନବମ ଶ୍ରେଣୀ ଛାତ୍ରଙ୍କୁ ୪ହଜାର ଟଙ୍କା ଲେଖାଏଁ ଏବଂ ଦଶମ ଶ୍ରେଣୀ ଛାତ୍ରଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ଯା ନ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିଶା ଦାସ, ବରିଷ୍ଠ ଶିକ୍ଷକ ୱାଇ. ଧର୍ମାରାଓ, ଡି. ଶ୍ରୀରାମମୂର୍ତ୍ତି, ଜଗନ୍ନାଥ ପଟ୍ଟନାୟକ ଓ ସୁଲତା ପ୍ରିୟଦର୍ଶନୀଙ୍କ ସମେତ ଇ.କ୍ରୀଷ୍ଣାଙ୍କମା ସାରଦାଦେବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ I ବୈଜ୍ଞାନିକସ୍ତରକୁ ପହଞ୍ଚିବା ପାଇଁ ମୋ ପରିବାରବର୍ଗ ଉତ୍ସାହିତ କରିଛନ୍ତି। ଏହି ବିଦ୍ୟାଳୟରେ ପାଠ ପଢ଼ି ଆଜି ମୁଁ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏପରି ମୋ ଭଳି ଆହୁରି ଅଧିକ ଛାତ୍ର ସୃଷ୍ଟି ହୁଅନ୍ତୁ ବୋଲି ଏହା ମୋର ପ୍ରୟାସ | ଯାହାର ପାଠପଢ଼ାର ଯେଉଁ ବିଷୟ ଉପରେ ରୁଚି ରହିଛି ସେଥିପ୍ରତି ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ବୋଲି ଇ.କ୍ରୀଷ୍ଣା କ‌ହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ