ମୁକ୍ତି ଅପେକ୍ଷାରେ ‘କୁଇନ୍’
ଭୁବନେଶ୍ବର : ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କର ଏ ବର୍ଷ କେବଳ ଗୋଟିଏ ଓଡ଼ିଆ ସିନେମା ରିଲିଜ୍ ହୋଇଛି । ତାହା ହେଲା ‘ନିମ୍କି’ । ସୁଶାନ୍ତ ମଣିଙ୍କ ନିଦେ୍ର୍ଦଶିତ ଏହି ସିନେମାରେ ବର୍ଷା ପ୍ରିୟଦର୍ଶନୀ ବ୍ରଜରାଜ ମୁଭିଜ୍ର ସୁପରହିଟ୍ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କୁ ଗତବର୍ଷ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନଥିଲା । ଅପରପକ୍ଷେ ୨୦୧୭ରେ ତାଙ୍କର କେବଳ ଗୋଟିଏ ମାତ୍ର ଓଡ଼ିଆ ସିନେମା ପରଦାକୁ ଆସିଥିଲା । ତାହା ହେଲା ‘ରୋମିଓ ଜୁଲିଅଟ୍’ । ଠିକ୍ ସେହିପରି ୨୦୧୬ରେ ଦୁଇଟି ସିନେମା ‘ଗୋଟେ ଶୁଆ ଗୋଟେ ଶାରୀ’ ଏବଂ ‘ଛାତି ତଳେ ଡିଙ୍ଗ୍ ଡଂ’ ରିଲିଜ୍ ହୋଇଥିଲା । ତେବେ ବର୍ଷା ପ୍ରିୟଦର୍ଶନୀଙ୍କର ଅଭିନୀତ ‘କୁଇନ୍’ ଏବେ ମୁକ୍ତି ଅପେକ୍ଷାରେ ରହିଛି । ଏହା ୨୦୨୦ରେ ରିଲିଜ୍ ହେବାର ସମ୍ଭାବନା ରହିଛି । ଏଥିରେ ବର୍ଷା ପ୍ରଥମ ଥର ଲାଗି ଜୟେଜିତ୍ଙ୍କ ବିପକ୍ଷରେ ନାୟିକା ବନିଛନ୍ତି ।


