ପେଟରୁ ବାହାରୁଛି ଗ୍ୟାସ୍, ମରିଯାଉଛନ୍ତି ମଶା
ସାଧାରଣତଃ ଖାଇବା ପିଇବାରେ ଅସୁବିଧା ହେଲେ ଗ୍ୟାସ ହୋଇଥାଏ । ଅନେକ ଦୁର୍ଗନ୍ଧ ଗ୍ୟାସ୍ ଛାଡିଥାନ୍ତି । ତେବେ ଉଗାନ୍ଦାର ଏହି ବ୍ୟକ୍ତି ଜଣଙ୍କ ଯେଉଁ ଦାବି କରୁଛନ୍ତି ତାହା ବିଶ୍ୱାସ ନକଲେ ମଧ୍ୟ ସତ । ଏହି ବ୍ୟକ୍ତିଙ୍କ ଠାରୁ ବାହାରୁଥିବା ଗ୍ୟାସ୍ କାରଣରୁ ୬ ମିଟର ଦୂରରେ ଥିବା ମଶାମାନେ ମଧ୍ୟ ମରିଯାଉଛନ୍ତି । ଏହି ବ୍ୟକ୍ତିଙ୍କ ନାମ ହେଉଛି ଜୋ ବମିରାମା । ବଡ଼କଥା ହେଉଛି ମଶାକୁ ମାରିବା ପାଇଁ ଔଷଧ ତିଆରି କରୁଥିବା ଏକ କମ୍ପାନୀ ବମିରାମାଙ୍କୁ କାମରେ ମଧ୍ୟ ରଖିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ବ୍ୟକ୍ତିଙ୍କ ବିଷାକ୍ତ ଗ୍ୟାସ୍ ମଶା ମାରିବାରେ ଔଷଧ ତିଆରି କ୍ଷେତ୍ରରେ ସହଯୋଗ କରିବ । ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବମିରାମାଙ୍କ ବିଷାକ୍ତ ଗ୍ୟାସ୍ ତାଙ୍କୁ ଏବଂ ତାଙ୍କ ଆଖପାଖରେ ଥିବା ଲୋକଙ୍କୁ କ୍ଷତି କରୁଛି ନା ନାହିଁ । ହେଲେ ବମିରାମାଙ୍କ ବନ୍ଧୁ ଓ ପରିବାର ଲୋକେ କହିଛନ୍ତି ଯେ, ଅଦ୍ୟାବଧି ଏଭଳି ଅସୁବିଧା ଦେଖିବାକୁ ମିଳିନାହିଁ, କେବଳ ମଶା ଓ ଅନ୍ୟ ପୋକଜୋକଙ୍କ କ୍ଷେତ୍ରରେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇଛି ।


