ମୁଳୁଗାଁ ପଞ୍ଚାୟତରୁ ବିଦ୍ୟୁତ୍ ତାର ଚୋରି

ଜଗତସିଂହପୁର, (ଅନସୂୟା ରାଉତ):ବାଲିକୁଦା ଥାନା ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ଦଦରା ବଜାରରୁ ଗତକାଲି ରାତିରେ ତିନି ବିଡା ଆଲୁମିନିୟମ ବିଦ୍ୟୁତ୍ ତାର ଚୋରି ହେବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଥାଉକି କିଛି ଦିନ ହେବ ବାଲିକୁଦା ଥାନା ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ପୁରୁଣା ବିଦ୍ୟୁତ ତାରକୁ ହଟାଯାଇ ସେହି ସ୍ଥାନରେ ନୂତନ ଆଲୁମିନିୟମ ବିଦ୍ୟୁତ୍ ତାର ଟଣାଯାଉଥିଲା। ଏହି କାର୍ଯ୍ୟକ୍ରମ ଜଣେ ଠିକାଦାର ମାଧ୍ଯମରେ ହେଉଥିଲା। ଠିକାଦାରଙ୍କ କର୍ମଚାରୀ ମାନେ ଦଦରା ବଜାରରେ ଘରଭଡ଼ା ନେଇ ରହୁଥିଲେ। ଦିନରେ କାମ କରନ୍ତି ରାତିରେ ବିଶ୍ରାମ ନିଅନ୍ତି। କର୍ମଚାରୀ ମାନେ ରହୁଥିବା ଘର ବାରଣ୍ଡାରେ ତିନିବଣ୍ଡଲ୍ ବିଦ୍ୟୁତ୍ ତାର ପାଖାପାଖି ତିନି ଟନ୍ ରଖିଥିଲେ। ଗତକାଲି ରାତିରେ କେହି ଦୁର୍ବୁତ୍ତ ଏହି ତିନି ବଣ୍ଡଲ୍ ତାରକୁ ଚୋରାଇ ନେଇଥିବା ବାଲିକୁଦା ଥାନାରେ ଅଭିଯୋଗ ହୋଇଛି ବୋଲି ବିଶେଷ ସୂତ୍ରରୁ ଶୁଣି ବାକୁ ମିଳିଛି। କିଏ ଏହି ତାର ନେଲା ସବୁ ମହଲରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ