ମୃତକଙ୍କ ସହାୟ ଉମା ସାର
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା ): ମନୁଷ୍ୟ ନିଜର ଜୀବନ ସୀମା ମଧ୍ୟରେ ବୋହୁ କାର୍ଯ୍ୟ କରିଥାଏ | ନିଜର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ବହୁତ କମ ମନୁଷ୍ୟ ଅଛନ୍ତି ଯେଉଁମାନେ ଅନ୍ୟର ସେବା କରିବାକୁ ଅଗୋଇ ଆସିଥାନ୍ତି | ପୁରାଣରେ ଲେଖା ଅଛି ମାନବ ସେବା ହିଁ ମାଧବ ସେଵା , ଯଦି ଜୀବନରେ ଆପଣ ମାନବର ସେବା କରିଥିବେ , ତାହେଲେ ଜାଣନ୍ତୁ ଆପଣ ପ୍ରକୃତରେ ମାଧବଙ୍କରରେ ସେବା କରିଛନ୍ତି |ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉମାସାର, ମନୁଷ୍ୟ ର ଅସମୟ ସମୟରେ ପରିବାର ର କେହି ଯେବେ ମୃତାହତ ହୁଅନ୍ତି ,ସେହି ଦୁର୍ବଳ ସମୟରେ ସାହାଯ୍ୟ କରିବାକୁ ଅଗୋଇ ଆସନ୍ତି ଉମାସାର | ସବ ସତ୍କାର କରିବାସହ ଶବକୁ ବୋହିବାର ମଧ୍ୟ ସେ ସାହାଯ୍ୟ କରିଥାନ୍ତି | ଆଜିର ଏହି କୋରନା ପରିସ୍ଥିରେ ଲୋକମାନେ ଉଭୟଙ୍କୁ ସ୍ବର୍ଶ କରିବାକୁ ପଛଘୁଞ୍ଚା ଦେଲା ବେଳେ ଉମାସାର ନିଜର କର୍ତବ୍ୟ ଦାୟିତ୍ୱବାନ ସହିତ ତୁଲାଇଛନ୍ତି | ସେ ଏହି କାର୍ଯ୍ୟ କୁ ଦୀର୍ଘ ୨୦ ବର୍ଷ ହେଲା କରି ଆସୁଛନ୍ତି | ଏହି ସେବା କରିବାକୁ ନେଇ ସେ ସେହି ଅଞ୍ଚଳର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି , ସୂଚନା ଅନୁଯାଇ ଗଂଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତ କଲ୍ୟାଣପୁର ରେ ବାସ କରନ୍ତି ଉମାଚରଣ ସାହୁ , ସେ ଏହି କାର୍ଯ୍ୟ ୨୦୦୦ ମସିହା ଠାରୁ ଆରମ୍ଭ କରିଛନ୍ତି | କଲ୍ୟାଣ ପୁର ନିକଟସ୍ଥ ୨୦/୩୦ ଖଣ୍ଡ ଗ୍ରାମରେ ସେ ଏହି କାର୍ଯ୍ୟକୁ ବୋହୁ ବର୍ଷ ହେଲା କରି ଆସୁଛନ୍ତି, କୌଣସି ମୃତ ବ୍ୟକ୍ତିର ସୂଚନା ପାଇବା ମାତ୍ରେ ସେ କାହାର ଡାକିବାକୁ ଅପେକ୍ଷା ନ କରି ସେଠାରେ ନିକର କାର୍ଯ୍ୟ ତୁଲାଇବା ପାଇଁ ସେ ଯଥା ସମୟରେ ପହଞ୍ଚିଯାନ୍ତି | ଆଜି ପର୍ଯ୍ୟନ୍ତ ସେ ୧୬୪ ଟି ଶବଦାହ କରି ଆସିଛନ୍ତି |ଏହି କାର୍ଯ୍ୟ ପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ପ୍ରୋଛାହନ ଯୋଗାଇଥାନ୍ତି | କିନ୍ତୁ ଦୁଃଖର ବିଷୟ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କ ପାଖରେ ବାଧକ ସାଜିଛି ଅର୍ଥ , ସେ ଏହି କାର୍ଯ୍ୟ ରେ ଯାହା ଅର୍ଥ ପାଆନ୍ତି ସେଥିରେ ନିଜର ପରିବାର ଚଳେ ନାହିଁ ,ଏହି କାର୍ଯ୍ୟ କରିବା ସହ ସେ ଗ୍ରାମରେ ପିଲାମାନଙ୍କୁ ଟ୍ୟୁସନ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି | ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ , ଝିଅ ଟିର ବିବାହ ସରିଥିବା ବେଳେ ପୁଅ ଟି ରାଜ୍ୟ ବାହାରେ ରୋଜଗାର କରିଥିବାର ଶୁଣିବାକୁ ମିଳୁଛି | ସେମାନେ ରହିବା ପାଇଁ ଭଲ ଘର ଟିଏ ମଧ୍ୟ ନାହିଁ , ସରକାର ତରଫରୁ ଆବାସ ଟିଏ ପାଇଁ ସେ ଚାହିଁ ରହିଛନ୍ତି , କିନ୍ତୁ ଏହା ଭିତରେ ସେ ବାତ ରୋଗରେ ପୀଡିତ ହୋଇଛନ୍ତି ,ଓ ଏହି କାରଣରୁ ସେ ଠିକ ଭାବରେ ଚଲା ବୁଲା କରିପାରୁନାହାନ୍ତି | ତଥାପି ସେ ନିଜର କାର୍ଯ୍ୟରେ କେବେ ଅବହେଳା କରିନାହାନ୍ତି , ଯଥା ସମ୍ଭବ ସେ ନିଜର କାର୍ଯ୍ୟ କରିଚାଲିଛନ୍ତି | ତଥାପି ତାଙ୍କ ମନରୁ ଆଶା ଓ ମନବଳ ଭାଙ୍ଗି ଯାଇ ନାହିଁ ,ସେ କୁହନ୍ତି ଯେପରି ସେ ଅନ୍ୟ ମାଙ୍କର ସେବା ବିନା ସ୍ୱାର୍ଥରେ କରିଚାଲିଛନ୍ତି , ଠିକ ସେହି ପରି ଭଗବାନ ମଧ୍ୟ ତାଙ୍କର ଗୁହାରି ନିଶ୍ଚୟ ଶୁଣିବେ ,ଓ ତାଙ୍କୁ ମଧ୍ୟ ସାହାରା ହେବେ ବୋଲି ସେ ଆଶା ପୋଷଣ କରିଛନ୍ତି | ଅସମୟର ବନ୍ଧୁ ଉମା ସାହୁ ଙ୍କର ଏହି କାର୍ଯ୍ୟ କଳାପ ପାଇଁ ସେ ସେହି ଅଞ୍ଚଳରେ ବୋହୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି | ଏହା ସହ ସେ କହିଛନ୍ତି ଜୀବନ ଥିବାଯାଏ ସେ ଏହି ସେବା କରି ଚାଲୁଥିବେ , ଓ ନିଜର ପରିସ୍ଥିତିରେ ସୁଧାର ଆଣିବା ପାଇଁ ସେ ପ୍ରଶାସନକୁ ସାହାଯ୍ୟ ଲୋଡିଛନ୍ତି |


