ଗଜପତିରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଉଦ୍ଯାପିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଟାଉନ୍ହଲ ଠାରେ ଗତ ୯ତାରିଖ ଠାରୁ ଆରମ୍ଭ ହୋଇ ଥିବା ଜୀବନବିନ୍ଦୁ ରକ୍ତଦାନ ଶିବିର ଉଦ୍ଯାପିତ ହୋଇ ଯାଇଛି । ଉଦ୍ଯାପନୀ ଦିବସରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଳ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ,ରକ୍ତଦାନ ଏକ ମହତ ଦାନ ଅଟେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କ ଅମୂଲ୍ୟ ଜୀବନକୁ ବଞ୍ଚାଇବା ପାଇଁ ଗତ ୯ତାରିଖ କ୍ରାନ୍ତି ଦିବସ ଠାରୁ ଆରମ୍ଭ କରି ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ୭ଦିନ ଧରି ସାରା ଓଡିଶାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପାରଳାଖେମୁଣ୍ଡି ଟାଉନ୍ହଲ ଠାରେ ଏହି ରକ୍ତଦାନ ଶିବିରର ଉଦ୍ଯାପନୀ ଦିବସରେ ୩୦ ୟୁନିଟ ଏବଂ ଅନ୍ୟ ୬ଦିନରେ ୧୨୮ ୟୁନିଟ ମୋଟ ୧୫୮ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଗଜପତି ବ୍ଲଡ ବ୍ୟାଙ୍କକୁ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ପାରଳା ରାଜ କୁମାରୀ କଲ୍ୟାଣୀ ଗଜପତୀ,ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା,ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ,ବିଜେଡି ଜିଲ୍ଲା ଯୁବ ସଭାପତି ଏସ.ଲିଙ୍ଗରାଜ,ନଗର ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ପ୍ରମୁଖ ଯୋଗ ଦେଇଥିଲେ ।


