ମେକାନିକ୍ସଙ୍କ ପାଇଁ ଟେଲିଭିଜନ ରିଏଲିଟି ଶୋ ଲଂଚ

କେଷ୍ଟ୍ରଲ, ଭାରତର ଅଗ୍ରଣୀ ଅଟୋମୋଟିଭ ଏବଂ ଲୁବ୍ରିକେଂଟ କମ୍ପାନୀ ଏହାର କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗୀତାର ଅଂଶ ଭାବରେ ଭାରତରେ ମେକାନିକ ମାନଙ୍କ ପାଇଁ ଏକ ରିଏଲିଟି ଶୋର ଟେଲିକାଷ୍ଟ ଆଜି ଘୋଷଣା କଲେ । କେଷ୍ଟ୍ରଲ ସୁପର ମେକାନିକ ୨୦୧୯ ର ଟାଇଟଲ ଜିତିବା ପାଇଁ ସଂଘର୍ଷ କରିଥିବା ୧୬ ଜଣ କାର ଏବଂ ବାଇକ ମେକାନିକ ମାନଙ୍କର ଯାତ୍ରା ଚାରି ଭାଗର ଶୋ’ରେ ହୋଷ୍ଟ କରୁଥିବା ପ୍ରସିଦ୍ଧ ଟେଲିଭିଜନ ଅଭିନେତା ରବି ଦୁବେ ଡକୁମେଂଟ କରିବେ । ପ୍ରଥମ ଥର ପାଇଁ, ବର୍ତମାନ ସାରା ଦେଶର ଦର୍ଶକ ମାନେ ଏକ ରିଏଲିଟି ଶୋ’ରେ ମେକାନିକ ମାନେ ଅଂଶଗ୍ରହଣ କରୁଥିବାର ସାକ୍ଷୀ ରହିବେ । ସେମାନଙ୍କର ଜ୍ଞାନ ଧୈର୍ଯ୍ୟ ଏବଂ କୌଶଳର ପରୀକ୍ଷଣ ଭାରତୀୟ ଟେଲିଭିଜନରେ ଦେଖାଇବା ପାଇଁ ଶର୍ଟଲିଷ୍ଟ ହୋଇଥିବା ମେକାନିକ ମାନଙ୍କୁ ଶୋ ଏକ ସୁଯୋଗ ଦେବ । ଟେଲିଭିଜନ କଳାକାର ରବି ଦୁବେ, କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗୀତାର ହୋଷ୍ଟ, କହିଲେ, “କେଷ୍ଟ୍ରଲ ଇଣ୍ଡିଆ ଦ୍ୱାରା କରାଯାଇଥିବା  ଚମତ୍କାର ପ୍ରାରମ୍ଭର ଅଂଶ ହୋଇପାରିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି । ଶୋ ବେଳେ ମେକାନିକ ମାନଙ୍କ ସହିତ କଥାବାର୍ତା କରିବା ମୋ ପାଇଁ ଏକ ଅଦ୍ଭୁତ ଅନୁଭୁତି ଆଣିଦେଇଛି ଏବଂ ସମସ୍ତ ଦର୍ଶକ ମଧ୍ୟ  ଅସାଧାରଣ ପ୍ରତିଯେଗୀତାକୁ ଉପଭୋଗ କରିବେ ବୋଲି ମୁଁ ନିଶ୍ଚିତ ଅଟେ । କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗୀତାର ତୃତୀୟ ସଂସ୍କରଣରେ ସାରା ଦେଶରେ ୧.୨୭ ଲକ୍ଷରୁ ଅଧିକ ମେକାନିକ ମାନଙ୍କର ରେକର୍ଡ ବ୍ରେକିଙ୍ଗ ଅଂଶଗ୍ରହଣ ୨୦୧୯ରେ ଦେଖିବାକୁ ମିଳିଥିଲା । ପ୍ରାରମ୍ଭର ଅଂଶ ଭାବରେ, କେଷ୍ଟ୍ରଲ ଇଣ୍ଡିଆ ୨୦ଟି ସିଟିରେ ମାଷ୍ଟର କ୍ଲାସ ଅଧିବେଶନ ମଧ୍ୟ ଆୟୋଜନ କରିଥିଲା ଯାହା ଅଟୋମୋଟିଭ ସ୍କିଲ ଡେଭେଲପମେଂଟ କାଉନସିଲ ଅନୁମୋଦିତ ଏକ ପାଠ୍ୟକ୍ରମରେ ୬୦୦୦ରୁ ଅଧିକ ମେକାନିକଙ୍କୁ କୁଶଳୀ କରିଥିଲା । ଅନ୍ୟାନ୍ୟ ଅଟୋମୋଟିଭ ବିଷୟ ସହିତ ନୂତନ ଯୁଗର ଯାନ ନିଦାନ କରିବା, ପରବର୍ତୀ ଯୁଗର ଯାନ ପାଇଁ ଡିଜିଟାଲ ଟୁଲ ଏବଂ ବିଏସ ଓଠ ଜ୍ଞାନକୌଶଳରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସାପ୍ତାହିକ ଶୋ ୧୦ ଅଗଷ୍ଟ ୨୦୧୯ ରୁ ପ୍ରତି ଶନିବାର ରାତି ୧୦ଟା ୩୦ରେ ଜୀ ନ୍ୟୁଜ (୧୧ଟା ୩୦ରାତି) ସହିତ ଜୀ ନେଟୱର୍କରେ ପ୍ରସାରିତ ହେଉଥିବା ବେଳେ ଶୋ’ ର ରିପିଟ ଟେଲିକାଷ୍ଟ ଜୀ ନ୍ୟୁଜ ରେ ପ୍ରତି ରବିବାର ରାତି ୧୨ ଟା ୩୦ ରେ ପ୍ରସାରିତ ହେବ । କେଷ୍ଟ୍ରଲ, ଦୁନିଆର ଅନ୍ୟତମ ଅଗ୍ରଣୀ ଲୁବ୍ରିକେଂଟ ବ୍ରାଣ୍ଡର ଅଭିନବତ୍ୱ ଏବଂ ଅଗ୍ରଗାମୀର ସ୍ୱପ୍ନର ଇନ୍ଧନକାରୀ ଭାବେ ଗୌରବଶାଳି ଆନୁବଂଶିକତା ରହିଛି । କେଷ୍ଟ୍ରଲ ଇଣ୍ଡିଆ ଲିମିଟେଡ ଭାରତର ଅନ୍ୟତମ ଅଗ୍ରଣୀ ଲୁବ୍ରିକେଂଟ କମ୍ପାନୀ ଅଟେ ଏବଂ ନିଜକୁ ଏକ ଅଗ୍ରଣୀ ଏବଂ ନବପ୍ରବର୍ତକ ଭାବରେ ଭାରତୀୟ ଲୁବ୍ରିକେଂଟ ଉଦ୍ୟୋଗରେ ପ୍ରତିଷ୍ଠିତ କରିଛି । କେଷ୍ଟ୍ରଲ ସିଆରବି, କେଷ୍ଟ୍ରଲ ଜିଟିଏକ୍ସ ଭଳି ଏହାର ପ୍ରତିଷ୍ଠିତ ବ୍ରାଣ୍ଡ ଏବଂ କେଷ୍ଟ୍ରଲ ଏକ୍ଟିଭ, କେଷ୍ଟ୍ରଲ ମେଗ୍ନେଟେକ , କେଷ୍ଟ୍ରଲ ଭେକ୍ଟନ ଭଳି ଏହାର ବର୍ତମାନ ସମୟର ପାୱାର ବ୍ରାଣ୍ଡ ସାରା ଦେଶରେ ଲକ୍ଷ ଲକ୍ଷ ଗ୍ରାହକ ଏବଂ ଉପଭୋକ୍ତା ଦ୍ୱାରା କରାଯାଉଛି । ଉଚ୍ଚ ପ୍ରଦର୍ଶନ ଲୁବ୍ରିକେଂଟ ଏବଂ ମେଟାଲ ୱର୍କିଙ୍ଗ ଫ୍ଲୁଇଡ ଉଦ୍ୟୋଗରେ ଅଟୋମୋଟିଭ ନିର୍ମାଣ ଭଳି ବିବିଧତା ଥିବା ମାଇନିଙ୍ଗରୁ ମସିନରୀ ଏବଂ ବାୟୁ ଓ ଶକ୍ତି ଭାଳି ବଛା ବଛା ସେଗମେଂଟରେ ମଧ୍ୟ କମ୍ପାନୀ ନିଜର ଉପସ୍ଥିତି ଜାହିର କରିଛି । ଭାରତରେ ତିନୋଟି ବିନିର୍ମାଣ ପ୍ଲାଂଟ ଏବଂ ୧୦୦,୦୦୦ରୁ ଅଧିକ ଖୁଚୁରା ଆଉଟଲେଟ ମାଧ୍ୟମରେ କଂଜୁମର ଏବଂ ଗ୍ରାହକ ମାନଙ୍କୁ ବିକ୍ରି କରୁଥିବା ୩୫୦ ଡିଷ୍ଟ୍ରିବ୍ୟୁଟରଙ୍କର ଏକ ବଂଟନ ନେଟୱର୍କ ସହିତ କେଷ୍ଟ୍ରଲ ଇଣ୍ଡିଆର ବିରାଟ ବିନିର୍ମାଣ ଏବଂ ବଂଟନ ନେଟୱର୍କ ରହିଛି । ଗ୍ରମୀଣ ବଜାରରେ ଅତିରିକ୍ତ ଆଉଟଲେଟରେ ମଧ୍ୟ କେଷ୍ଟ୍ରଲ ଉପ-ବିତରକ ମାନଙ୍କର ପହଂଚ ରହିଥିବା ବେଳେ କେଷ୍ଟ୍ରଲ ଇଣ୍ଡିଆ ୩ ହଜାର ପ୍ରମୁଖ ସଂସ୍ଥାଗତ ଏକାଉଂଟକୁ ମଧ୍ୟ ସିଧାସଳଖ ସେବା ପ୍ରଦାନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ