ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୫ ଟା ସମୟରେ ନବୀନ ତାଙ୍କ କିଛି ସାଙ୍ଗ ମାନଙ୍କ ସହ ଗାଁ ଦେଇ ଯାଇଥିବା ମେଗା ଲିଫ୍ଟ କେନାଲ କୁ ଶୌଚ ହେବା ପାଇଁ ଯାଇଥିଲେ।କିନ୍ତୁ କେନାଲର ପାଣି ସୁଅରେ ନବୀନ ଭାସି ଯାଇଥିଲେ।ଏହା ଦେଖି ସାଙ୍ଗରେ ଯାଇଥିବା ନବୀନଙ୍କ ସାଙ୍ଗ ମାନେ ଦୌଡ଼ି ଦୌଡ଼ି ଘରକୁ ଆସି ଏ ବିଷୟରେ କହିଥିଲେ।ଘର ଲୋକେ ଯିବା ବେଳକୁ ନବୀନ ଶୌଚହେବା ସ୍ଥଳରୁ ଏକ କିମି ପର୍ଯ୍ୟନ୍ତ ଭାସି ଯାଇଥିବା ବେଳେ ଉଦ୍ଧାର କରିବା ବେଳକୁ ନବୀନଙ୍କ ମୃତ୍ୟୁ ଘଟି ସାରିଥିଲା।ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।ନବୀନ ଜୟପାଟଣା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ମର୍ମାହତ ହୋଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ