ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଓ ସମାଧି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ପବିତ୍ର ମାଘମାସ ପୂର୍ଣ୍ଣିମା ଅବସରରେ ସାନ୍ତାଳୀ ସମାଜର ଅଗଣିତ ଶ୍ରଦ୍ଧାଳୁ ତାଙ୍କର ପ୍ରାତଃ ସ୍ମରଣୀୟ ଗୁରୁ ତଥା ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ତିରୋଧାନ ଦିବସରେ ତଥା ଗୁରୁ ଦର୍ଶନ ଅବସରରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ,ନେପାଳ,ଭୁଟାନ,ବାଂଲାଦେଶ ତଥା ଝାଡ଼ଖଣ୍ଡ,ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଦେଶର ବିଭିନ୍ନ ପ୍ରାନ୍ତରରୁ ଆଜି ବହୁ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲାର ସହର ସନ୍ନିକଟ ଦାଣ୍ଡବୋଷ ଗ୍ରାମକୁ ଛୁଟି ଆସି ଛୁଟି ଆସିଥିଲେ । ସେମାନେ ଗୁରୁଙ୍କର ବାସ ଭବନରେ ଶ୍ରଦ୍ଧାଞ୍ଜଳି ଦେବା ସହ ସମାଧି ପୀଠରେ ଗୁରୁଙ୍କ ପାଇଁ ଧୂପ,କଦଳୀ,ନଡ଼ିଆ,ଚୂଡା ଆଦି ଭୋଗଲୋଗାଇ ପୂଜାର୍ଚ୍ଚନା କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଭାଷା ଓ ଲିପି ଗୋଟାଏ ଜାତିର ପରିଚୟ,କଳା, ସଂସ୍କୃତି ଓ ପରଂପରାକୁ ବାନ୍ଧି ରଖିଥାଏ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଲିପିର‌ ପ୍ରଚାର ଓ ପ୍ରସାର ପାଇଁ ସମଗ୍ର ବିଶ୍ବ ସାନ୍ତାଳୀ ସମାଜ ଯେଉଁ ଠାରେ ଥାଆନ୍ତୁ ନାଁ କାହିଁକି ଯୋଗସୂତ୍ର ରହି ପାରୁଛି ।ତାଙ୍କରି ପ୍ରଚେଷ୍ଟାରେ ସମ୍ବିଧାନରରେ ସାନ୍ତାଳୀ ଲିପି ଓ ଭାଷା ମାନ୍ୟତା ପାଇଁ ପାରିଛି ।ସେହିମାନେ ଯୋଗଜନ୍ମା ସାରସ୍ଵତ ସାଧକ,ଲେଖକ,କବି,ନାଟ୍ଯକାର,ସମାଜ ସଂସ୍କାରକ ଗୁରୁ ରଘୁନାଥ ମୁର୍ମୁ ଙ୍କ ତାଙ୍କ ସମାଧିପୀଠରେ ଗୁରୁ ଦର୍ଶନ ଅବସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଓଡିଶା ପ୍ରଦେଶ ଅଧ୍ଯ୍ଯକ୍ଷା ଶ୍ରୀମତୀ ଅଂଜନୀ ସୋରେନ,ସଚିବ ଦୁବରାଜ ନାଗ,କେନ୍ଦ୍ର କମିଟି ସଦସ୍ୟ ପବନ କୁମାର, ଝାଡ଼ଖଣ୍ଡ ରାଜ୍ଯ କଲ୍ୟାଣ ମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମେତ ସମଗ୍ର ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ,ଲେଖକ,କବି, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଆଜି ଏହି ପବିତ୍ର ଦାଣ୍ଡବୋଷ ମାଟିରେ ପାଦ ଦେଇ ଗୁରୁଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କମିଟି ତରଫରୁ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଗୁରୁ ଦର୍ଶନ କମିଟିର ଆବାହାକ ଭୀମଓ୍ବାର ମୁର୍ମୁ ଏବଂ ଦାଣ୍ଡବୋଷର ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ କ୍ଲବ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ