ମେଧାବୀ ଛାତ୍ରୀଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସହାୟତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକର ଆୟବା ପଞ୍ଚାୟତର ଗଣ୍ଡାକିଆ ଗ୍ରାମର ସୁରେନ୍ଦ୍ର ଲେଙ୍କାଙ୍କ ଝିଅ ମୋନାଲିସା ଲେଙ୍କା ଗଣ୍ଡାକିଆ ଗୋବରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୩ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ଉଚ୍ଚଶିକ୍ଷା ନିମନ୍ତେ ପାଠ ପଢିବାକୁ ତାଙ୍କ ପରିବାର ନିକଟରେ ଅର୍ଥ ନଥିବାରୁ ସେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ଶୁଣିନଥିଲା । ତାଙ୍କ ବାପା ସୁରେନ୍ଦ୍ର ଗୁଜୁରାଟର ସୁରତ ସହରରେ ଶ୍ରମିକ ଭାବେ କାର୍ଯ୍ୟରତ । ମାଆ ଏବଂ ଅନ୍ୟ ତିନି ଭଉଣୀଙ୍କୁ ନେଇ ତାଙ୍କ ପରିବାର । ଏ ସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସଭାପତି, ସମବାୟବୀତ ତଥା ସମାଜସେବୀ ପ୍ରମୋଦ କୁମାର ସାହୁ ତାଙ୍କ ଗ୍ରାମ ଗଣ୍ଡାକିଆ ସ୍ଥିତ ବାସଭବନରେ ପହଞ୍ଚି ଗୋଟିଏ ସାଇକେଲ ନଗଦ ୫ହଜାର ଟଙ୍କା, ମା’ଙ୍କୁ ଶାଢୀ ଏବଂ ଭଉଣୀମାନଙ୍କୁ ପୋଷାକ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଭଲ ପାଠ ପଢିଲେ ସୋସାଇଟି ପକ୍ଷରୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରତିଶୃତି ଦେଇଛନ୍ତି । ସୋସାଇଟି ସବୁବେଳେ ମେଧାବୀ, ଆର୍ଥିକ ଅନଗ୍ରସର, କ୍ରୀଡା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ଯୋଗାଇ ଦେଇ ଆସୁଛି । ଏହି ସହାୟତା ପ୍ରଦାନ ସମୟରେ ସହର ଶାଖାର ପରିଚାଳକ, ଦୈନିକ ସଂଗ୍ରହକାରୀ ଏଜେଣ୍ଟ ଅରକ୍ଷିତ ଜେନା, ରଞ୍ଜନ ରଣା, ପ୍ରଦୀପ ବେହେରା, ବିଚିତ୍ରାନନ୍ଦ କର, ଦେବାଶିଷ ମିଶ୍ର, ଅବଦୁଲ ସତ୍ତାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ