ମୋବାଇଲ ୱାଲେଟ୍ ବ୍ୟବହାର କରୁଥିଲେ…
ଭାରତକୁ ଡିଜିଟାଲ କରିବା ପାଇଁ ମୋଦି ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଆଉ ବିମୁଦ୍ରାକରଣ ପରେ ଏବେ ଲୋକେ ପୂର୍ବାପେକ୍ଷା ଅଧିକ ଡିଜିଟାଲ ନେଣଦେଣ କରୁଛନ୍ତି । ଡିଜଟାଲ୍ ନେଣଦେଣ ଯେପରି ନେଟ୍ ବ୍ୟାଙ୍କିଙ୍ଗ୍, ଚେକ୍, ଡ୍ରାଫ୍ଟ, କ୍ରେଡ଼ିଟ୍, ଡେବିଟ୍ ଓ ପେମେଣ୍ଟ ଆଦି ବଢ଼ିଛି । କିନ୍ତୁ ଆଜିକାଲି ଲୋକେ ସବୁଠାରୁ ସହଜ ଉପାୟ ତଥା ମାବାଇଲ ୱାଲେଟକୁ ଅଧିକ ବ୍ୟବହାର କରୁଛନ୍ତି । ରିପୋର୍ଟ ଅନୁସାରେ ଗତ ବର୍ଷ ନଭେମ୍ୱର ପରେ ମୋବାଇଲ ୱାଲେଟ୍ ଜରିଆରେ ନେଣଦେଣ ବୃଦ୍ଧିପାଇଛି । ଏହାର କାରଣ ହେଲା ଆଜିକାଲି ଶସ୍ତା ଓ ବଜେଟ୍ ସ୍ମାର୍ଟଫୋନ୍ ଲଞ୍ଚ ହେଉଛି, ଯାହା ଦ୍ୱାରା ଅଧିକତର ଲୋକଙ୍କ ପାଖରେ ଅଛି ସ୍ମାର୍ଟଫୋନ୍ । ଯେଉଁଠି ମୋବାଇଲ ୱାଲେଟ୍ ଜରିଆରେ ପେମେଣ୍ଟ କରିବା ସୁବିଧା ହେଉଛି । ତେବେ ମୋବାଇଲ ୱାଲେଟ୍ର ବ୍ୟବହାର ସମୟରେ କିଛି ଦିଗ ପ୍ରତି ସଚେତନ ହେବା ଜରୁରୀ । ଆସନ୍ତୁ ଜାଣିବା ମୋବାଇଲ ୱାଲେଟ୍ ବ୍ୟବହାର ସମୟରେ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ ।
ଓଟିପି ଶେୟାର କରନ୍ତୁ ନାହିଁ : ଡିଜିଟାଲ୍ ନେଣଦେଣ ସମୟରେ ଫୋନକୁ ଆସୁଥିବା ଓଟିପି କାହାକୁ ଶେୟାର କରନ୍ତୁ ନାହିଁ । ମୋବାଇଲ ୱାଲେଟ୍ କମ୍ପାନୀଗୁଡ଼ିକ ମଧ୍ୟ ନିଜର ଗ୍ରାହକକୁ ଏନେଇ ସଚେତନ କରାଇଥାଆନ୍ତି ।
ଲଗ୍ ଆଉଟ୍ ରଖନ୍ତୁ ଆକାଉଣ୍ଟ୍ : ଅଧିକତର ଲାକେ ନିଜର ଫୋନ୍ ୱାଲେଟ୍ ଆପକୁ ଲଗିଂ କରି ରଖଥାଆନ୍ତି । ତେବେ ଏପରିସ୍ଥଳେ ଆପଣଙ୍କ ଫୋନ୍ରେ ପାସୱାର୍ଡ ନଥିଲେ, କେହି ଏହାର ଖରାପ ବ୍ୟବହାର କରିପାରନ୍ତି । ଏହା ବ୍ୟତୀତ ଫୋନ୍ ହଜିଗଲେ ଆପଣଙ୍କ ୱାଲେଟ୍ରେ ଥିବା ଟଙ୍କା ମଧ୍ୟ ଆଉ ମିଳିବ ନାହିଁ ।
ୱାଲେଟ୍ରେ କ୍ୟାସ ଆଡ୍ କରିବା ସମୟରେ ରିଫ୍ରେସ କିମ୍ୱା ବ୍ୟାକ୍ କରନ୍ତୁ ନାହିଁ : କେବେ କେବେ ୱାଲେଟ୍ରେ ଆକାଉଣ୍ଟ୍ରୁ କ୍ୟାସ ଆଡ୍ କରିବା ସମୟରେ ନେଟୱାର୍କ ଅସୁବିଧା ଯୋଗୁଁ କିଛି ସମୟ ଲାଗିଯାଏ । ଏପରିସ୍ଥଳେ ଗ୍ରାହକଙ୍କୁ ରିଫ୍ରେଶ୍ କିମ୍ୱା ବ୍ୟାକ୍ କରିବା ଉଚିତ ନୁହେଁ । ତେବେ ପର୍ଯ୍ୟନ୍ତ କିଛି କରନ୍ତୁ ନାହିଁ ଯେବେ ପର୍ଯ୍ୟନ୍ତ ଟ୍ରାନ୍ଜାକ୍ସନ ଫେଲ୍ କିମ୍ୱା ସଫଳ ହେବାର ମେସେଜ ନ ଆସିଛି ।
ବ୍ୟବହାର କରନ୍ତୁ ଆପ୍ ଲକ୍ : ଯଦି ଆପଣ ନିଜର ସ୍ମାର୍ଟଫୋନକୁ ଲକ୍ କରିନାହାନ୍ତି, ତେବେ ଆପକୁ ଲକ୍ କରିଦିଅନ୍ତୁ । ଏପରି କଲେ ମୋବାଇଲ ୱାଲେଟକୁ ସବୁବେଳେ ଲଗ୍ ଇନ୍ କଲେ ମଧ୍ୟ ସୁରକ୍ଷିତ ରହିବ ଆପଣଙ୍କ ଟଙ୍କା । ଲକ୍ ନହେବା ଦ୍ୱାରା ଆପଣଙ୍କ ୱାଲେଟ୍ ଅନ୍ୟ କେହି ବ୍ୟବହାର କରିବାର ଆଶଙ୍କା ବଢ଼ିଥାଏ ।


