ମୋହନା ବ୍ଲକରେ ଆରମ୍ଭ ହେଲା ଅପରେସନ ନୀଳ ଜହର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ଆରମ୍ଭ ହେଲା ଅପରେସନ ନୀଳ ଜହର l ଅଡବା ପୁଲିସ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ଚଡାଉରେ ଗୁଲୁବା ଗ୍ରାମ ପଞ୍ଚାୟତ ଅଧିନ କୁଡ଼ିକିମା ଅଂଚଳର ପର୍ବତ କିସମ ଜମିରେ ପାଖାପାଖି ପ୍ରାୟ ୪୪ ଏକରରୁ ଉର୍ଦ୍ଧ୍ବ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଫସଲକୁ କାଟି ପୋଡି ନଷ୍ଟ କରିଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ। ଏହି ଗଞ୍ଜେଇ ଚାଷର ଆନୁମାନିକ ମୂଲ୍ୟ ୮ କୋଟି ୯୦ ଲକ୍ଷ ୪ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି l


