ମୋ ପୋଷ୍ୟ ସ୍କୁଲ ଗ୍ରହଣ ଅଭିଯାନରେ ସାମିଲ ହେଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ. ଉପାଧ୍ୟକ୍ଷା , ଦୁଇ ଜିଲ୍ଲାପରିଷଦ ସଭ୍ୟ ଏବଂ ସରପଞ୍ଚ

ଛତ୍ରପୁର,(ଦେବଦତ୍ତ ମହାରଣା): ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସ୍କୁଲ ଗୁଡିକର କିପରି ବିକାଶ ହେବ ସେଥି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରି ଚାଲିଥିବା ବେଳେ ମୋ ପୋଷ୍ୟ ସ୍କୁଲ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଏହି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବହୁ ପ୍ରଶାସକ , ରାଜନେତା ମାନେ ନିଜ ପସନ୍ଦର ବିଦ୍ୟାଳୟ ଗୁଡିକ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ଜଣେ ବ୍ୟକ୍ତି ତିନୋଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ନିମନ୍ତେ ନିୟମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟରେଡ୍ଡୀ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତର ନିଜ ଗ୍ରାମ ସାହେବ ଜେନା ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ସେହିପରି ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ କାଳିପଲ୍ଲୀ ଗ୍ରାମ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ୨୦ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଏ.ସୀତାମ୍ମା ବଡ ଆର୍ଯ୍ୟପଲ୍ଲୀ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଗ୍ରହଣ କରିଛନ୍ତି । ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ରେଡ୍ଡି ନିଜେ ପଢିଥିବା ବଡମାଧପୁର ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । କାଳିପଲ୍ଲୀ ସରପଞ୍ଚ ରାମଚନ୍ଦ୍ର ବେହେରା ନିଜେ ପଢିଥିବା ହରିପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ବିପୁଳିଙ୍ଗ ସରପଂଚ ଟି.ନରସିଂହ ରେଡ୍ଡି ନିଜ ଗ୍ରାମର କରାତଳି ୟୁପି ସ୍କୁଲକୁ ପୋଷ୍ୟ ସ୍କୁଳ ଭାବରେ ଗ୍ରହଣ କରିଛନ୍ତି । ସେହିପରି କଣମଣା ପଞ୍ଚାୟତର ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ ଟାକିରିଆବ୍ରହ୍ମପୁର ଓ କଣମଣା ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ନରେନ୍ଦ୍ରପୁର ସରପଂଚ ବାବୁଲା କୁମାର ବେହେରା ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା କରିଛନ୍ତି । ଏନେଇ ସମସ୍ତେ ଲିଖିତ ଭାବେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ