ଜାତୀୟ ନାଟ୍ୟ ପ୍ରତିଯୋଗିତା – କାନଫେଷ୍ଟ-୨୦୨୦ ଡ଼ିସେମ୍ବର ୨୦ରୁ ୨୨

ପାରାଦୀପ,(ପୀତବାସ ପ୍ରଧାନ):ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାନମାସ ତରଫରୁ ଜାତୀୟ ନାଟ୍ୟ ପ୍ରତିଯୋଗୀତା କାନଫେଷ୍ଟ-୨୦୨୦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସ୍ଥାନୀୟ ମଧୁବନସ୍ଥିତ ସାଗରୀକା କଳା ନିକେତନର ମୁକ୍ତାକାଶ ରଙ୍ଗମଞ୍ଚରେ ୨୦ ତାରିଖ ସଂଧ୍ୟ୍ୟାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସନ୍ଧ୍ୟାରେ ଆୟୋଜକ କାନମାସ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ନାଟକ ସ୍ୱୟଂବର ମଞ୍ଚସ୍ଥ ହେବ । ସେହିପରି ୨୧ ତାରିଖରେ ବେଙ୍ଗଲି ନାଟକ ସିତାୟନ ଓ ଉଦଯାବନୀ ସନ୍ଧ୍ୟାରେ ଭୋପାଳର ଏକ ରଙ୍‌ଗ କଲଚରାଲ ସୋସାଇଟି ପକ୍ଷରୁ ହିନ୍ଦି ନାଟକ ମଧ୍ୟାନ୍ତର ଅନୁଷ୍ଠିତ ହେବ ବୋଲି ଆୟୋଜକ କାନମାସର ପକ୍ଷରୁ କ୍ୟାପଟେନ୍ ଅତୁଲ୍ୟ ମହାପାତ୍ର ଓ ଶ୍ରୀମନ୍ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ