ମୋ ଡ଼ାକ୍ତରଖାନା, ମୋ ଗର୍ବ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସୋମବାର ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ “ମୋ ଡ଼ାକ୍ତରଖାନା, ମୋ ଗର୍ବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପ୍ରସନ୍ନ କୁମାର ପାତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଭାରପାପ୍ତ ଅଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଉପାଧ୍ୟକ୍ଷା ଗିତାଞ୍ଜଳି ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ତହସିଲଦାର ଗୋପିନାଥ କୁଅଁର, ବେଲଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁୂମାର ରଥ, ପୌରପରିଷଦର ନିର୍ବାହୀ ଅଧିକାରୀ ମନୋରଂଜନ ସାହୁ ପ୍ରମୁଖ ମଂଚାସିନ ଥିଲେ । ଚିକିତ୍ସା ଲାଗି ଆସୁଥିବା ରୋଗୀ ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଡ଼ାକ୍ତର ଓ କର୍ମଚାରୀ ଯତ୍ନବାନ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଉକ୍ତ ଉପଖଣ୍ଡ ଚିକିତ୍ସାଳୟର ବହୁମୁଖୀ ଉନ୍ନତି ସକାଶେ ଅଂଚଳବାସୀ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇଦେବା ସକାଶେ ବହୁ ଯୋଜନା ମାନ ପ୍ରଣୟନ କରିଛନ୍ତି ଏବଂ ଡ଼ାକ୍ତରଖାନାର ସମସ୍ତ ପ୍ରକାର ଉନ୍ନତି ସକାଶେ ବହୁ ଅର୍ଥ ପ୍ରଦାନ କରି ଆସୁଚନ୍ତି । କିନ୍ତୁ ମୋ ଡ଼ାକ୍ତରଖାନା, ମୋ ଗର୍ବ ଯୋଜନା ମାଧ୍ୟମରେ ହିଞ୍ଜିଳିକାଟୁ ବ୍ଳକ ଅଧିନସ୍ଥ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାକେନ୍ଦ୍ରରେ ଆବଶ୍ୟକ ଥିବା ଜେନେରେଟର, ଚେୟାର, ଟେବୁଲ, ଡ଼ୋର ସ୍ମିନ୍‌, ରୋଗୀଙ୍କ ସକାଶେ ପାଇଖାନା, ରୁମ ସ୍ପ୍ରେ ଇତ୍ୟାଦି କୌଣସି ବଦାନ୍ୟ ବ୍ୟକ୍ତି ଦାନ ସୁତ୍ରରେ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୋଚିଲିମା ସରପଂଚ ଭାଣ୍ଡି ରବିନ୍ଦ୍ର, ଡ଼ାକ୍ତର ମାଧବ କୁମାର ସାହୁ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବିଇଓ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା, ବିପିଏମ ଶଶାଙ୍କ ଶେଖର ପଣ୍ଡା, ଯୋଗାଣ ନିରୀକ୍ଷକ ପୁରଂଜିବି ସାହୁ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ଜିପିଓ ବିଜୟ ପ୍ରଧାନ, ସାମାଜିକ ନିରାପତା ଅଧିକାରୀ ଭୀମସେନ ବାରିକ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଅମର ପ୍ରସାଦ ସାହୁ, ପ୍ରାଣୀଧନ ଚିକିତ୍ସାଧିକାରୀ ଡ଼ାକ୍ତର ଲମ୍ବୋଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ