ଉପଖଣ୍ଡ ଚିକିତ୍ସାଳୟରେ ଚାରାରୋପଣ ଓ ସଫେଇ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, ଯୁଗାବ୍ଦ ନ୍ୟୁଜ (ଶେଷଦେବ ସାହୁ): ରାଜ୍ୟ ସରକାର ଆରମ୍ଭ କରିଥିବା ମୋ ସରକାର କାର୍ଯ୍ୟକ୍ରମ ଆଧାରରେ “ମୋ ଡ଼ାକ୍ତରଖାନା, ମୋ ଗର୍ବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଚିକିତ୍ସାଳୟ ପରିସରରେ ଚାରାରୋପଣ ଓ ସାମୁହିକ ସଫେଇ ଅଭିଯାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଭାରପାପ୍ତ ଅଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ବେଲଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁୂମାର ରଥ, ପୌରପରିଷଦର ନିର୍ବାହୀ ଅଧିକାରୀ ମନୋରଂଜନ ସାହୁ ପ୍ରମୁଖ ଯୋଗଦେଇ ଡ଼ାକ୍ତରଖାନା ପରିସରରେ ବିଭିନ୍ନ ପ୍ରଜାତିର ଚରାରୋପଣ କରିବା ସହ ଡ଼ାକ୍ତରଖାନା ପରିସର ସଫେଇ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିପିଏମ ଶଶାଙ୍କଶେଖର ପଣ୍ଡା, ଜାତୀୟ ସ୍ୱାସ୍ଥ୍ୟ୍ୟ ମିଶନକନିଷ୍ଠ ଯନ୍ତ୍ରୀ ଅମିତ ପଟ୍ଟନାୟକ, ଡ଼ାକ୍ତର ଶେଖ ଅନସରୀ ଅଲ୍ଲୀ, ଡ଼ାକ୍ତର ପାର୍ଥସାରଥୀ, ଆୟୁଷ ଡ଼ାକ୍ତର ପୁଷ୍ପାଞ୍ଜଳି ପଟ୍ଟନାୟକ, ଡ଼ାକ୍ତର ଇ. ଜଗନ୍ନାଥ, ଡ଼ାକ୍ତର ସରୋଜିନି ମିଶ୍ର, ସତ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


