ଯବାନଙ୍କ ବଳିଦାନକୁ ମନେ ପକାଇଲା ସାରା ଦେଶ
(ଯୁଗାବ୍ଦ ନ୍ୟୁଜ) , ଆଜି ଦିନଟି ସମଗ୍ର ଭାରତବାସୀଙ୍କ ପାଇଁ ସ୍ମରଣୀୟ ଦିନ । ଆଜିକୁ ଠିକ ୨୦ ବର୍ଷ ପୁର୍ବେ ପାକିସ୍ତାନକୁ କ୍ଷତବିକ୍ଷତ କରିଥିଲେ ଭାରତୀୟ ସେନା । କାରଗିଲର ପାହାଡରୁ ପାକିସ୍ତାନକୁ ବାହାର କରିଦେଲା ଭାରତୀୟ ସେନାବାହିନୀ । ଆଜିର ଏହି ଐତିହାସିକ ଦିନକୁ ସାରା ଭାରତ ବର୍ଷ ବିଜୟ ଦିବସ ରୁପେ ପାଳନ କରୁଛି । ଏହି ଦିନ ଭାରତୀୟ ସେନା ନିଜର ରଣ କୌଶଳ ପ୍ରଦର୍ଶନ କରି କାରଗିଲର ଦ୍ରାସ ସେକ୍ଟରରୁ ପାକିସ୍ତାନର ସେନାକୁ ହଟିଯିବାକୁ ଆହ୍ୱାନ କରିଥିଲା । ଏହି ଯୁଦ୍ଧ ଭାରତୀୟ ସେନାପାଇଁ ଯେତିକି ଲୋମଟାଙ୍କୁର ଓ ସେତିକି ଭୟଙ୍କର ଥିଲା । ପାହାଡ ଶିଖର ଉପରେ ବସିଥିବା ଶତ୍ରୁ ଯବାନମାନଙ୍କ ସହିତ ଯୁଦ୍ଧ କରିବା ଭାରତୀୟ ସେନାପାଇଁ ଥିଲା ଚ୍ୟାଲେଞ୍ଜ । ଶେଷରେ ଭାରତୀୟ ଯବାନ ମାନଙ୍କ ରପଣ କୌଶଳ ଆଗରେ ହାର ମାନିଥିଲା ପାକିସ୍ତାନ ସେନା । ଏହି ଯୁଦ୍ଧ ୬୦ଦିନ ବ୍ୟାପି ଚାଲିଥିବାବେଳେ ଶେଷହୋଇଥିଲା ଜୁଲାଇ ୨୬ତାରିଖରେ । ଏହି କାରଗିଲ ଯୁଦ୍ଧରେ ୫୨୭ଜଣ ଭାରତୀୟରଗ୍ଧ ଯବାନ ସହିଦ ହୋଇଥିବାବେଳେ ୧୩୬୩ଜଣ ଆହାତ ହୋଇଥିଲେ । କାରଗିଲ ଯୁଦ୍ଧରେ ପାକିସ୍ତାନକୁ ବହୁମୁଲ୍ୟ ଦେବାକୁ ପଡିଥିଲା । ପାଖାପାଖି ୩ହଜାର ସୈନ୍ୟ ମୃତ୍ୟୁବରଣ କରିଥିଲେ । ତେବେ ଆଜି ଦ୍ରାସରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରଦ୍ଧାଞ୍ଜଳୀ ଦେବା ପର୍ବରୁ ରଷ୍ଟ୍ରପତି ଟ୍ୱିଟ କରି କହ୍ିଛନ୍ତି , ସହୀଦ ଯବାନଙ୍କ ତ୍ୟାଗ ବଳିଦାନ ଓ ଅଦମ୍ୟ ସାହସକୁ ସାରାଦେଶବାସୀଙ୍କୁ ଆଜି ଗର୍ବିତ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେସମୟରେ ହିମାଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀରରେ ନିଜ ଦଳ ତରଫରୁ କାର୍ଯ୍ୟ କରୁଥିଲେ ଏବଂ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ଜବାନମାନଙ୍କୁ ଭେଟି ତାଙ୍କ ମନୋବଳ ବଢାଇଥିଲେ ବୋଲି ଟ୍ୱିଟ କରି ସେ ଉଲ୍ଲେଖ କରିଛନ୍ତି ।


