ଗଞ୍ଜାମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଓ ଏସପି ଙ୍କୁ ଦାବୀପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ସହର ସ୍ଥିତ ଆଦିତ୍ୟ ବିରଲା ଗ୍ରୁପ ଅଫ୍ କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଗ୍ରାସୀମ କେମିକାଲ୍ସ ଲିମିଟେଡ ଦ୍ୱାରା ଗଞ୍ଜାମ ଅଂଚଳ,ଅଂଚଳ ବାସୀ ବିଶେଷ କରି ଓଡିଆ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଏବଂ କମ୍ପାନୀର ସୁରକ୍ଷାଗତ,ପରିଚାଳନାଗତ ଓ ପରିବେଶ ସୁରକ୍ଷା ଦିଗରେ ଅବହେଳା ଯୋଗୁଁ ଆଜି ଗଞ୍ଜାମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିସହ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଙ୍କୁ ମଧ୍ୟ କମିଟି ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ଗତ ଅକ୍ଟୋବର ୬ ତାରିଖରେ କମ୍ପାନୀ ପରିସରରେ ଘଟିଥିବା ଦୁର୍ଘଟଣା ଜନିତ ମୃତ୍ୟୁର ପ୍ରଶାସନିକ ଏବଂ ବୈଷୟିକ ମିଳିତ ଯୁଗ୍ମ ତଦନ୍ତ କରାଯାଉ,ସ୍ଥାନୀୟ ଶିକ୍ଷିତ ବେକାରୀ ଯୁବକଙ୍କୁ ପ୍ରାଥମିକତା ଭିତିରେ କମ୍ପାନୀରେ ନିଯୁକ୍ତି,ଓଡିଆ ଅଧିକାରୀ ଆଲୋକ ଦୋରାଙ୍କ ବହିସ୍କୃତ ପ୍ରତ୍ୟାହାର କରି ତୁରନ୍ତ ନିଯୁକ୍ତି ଦିଆଯ୍ଧମ,ଗ୍ରାସିମ କମ୍ପାନୀ ହାତକୁ ନେବା ପରେ କେତେ ପରିମାଣରେ ସ୍ଥାନୀୟ ଏବଂ ରାଜ୍ୟ ବାହାର ଲୋକଙ୍କୁ ନିଯୁକ୍ତି ଏବଂ କେଉଁ ପଦବୀରେ ନିଯୁକ୍ତି ଦିଆଯାଇଛି ତାହାର ଏକ କ୍ଟେତପତ୍ର ଅଂଚଳବାସୀଙ୍କ ଅବଗତ ପାଇଁ ପ୍ରକାଶ କରାଯାଉ,ସର୍ବଦା ଓଡିଆଙ୍କ ପାଇଁ ହୀନମାନ୍ୟତା ରଖିଥିବା ଗ୍ରାସୀମ କମ୍ପାନୀ ଅଣ ଓଡିଆ ଅଧିକାରୀ ଜି.କେ.ଗେନେରିୱାଲଙ୍କୁ ଯଥାଶୀଘ୍ର ହଟାଯାଉ,ଗଞ୍ଜାମ ତହସିଲ କାର୍ଯ୍ୟାଳୟ ସମ୍ମ୍‌ୁଖରେ ଥିବା ସରକାରୀ ରାସ୍ତା ଉପରେ ଗ୍ରାସୀମ କମ୍ପାନୀ ଦ୍ୱାରା ନିଆଯାଇଥିବା ବିଶାକ୍ତ ଗ୍ୟାସ ପାଇପ ଲାଇନକୁ ଜନ ଜୀବନ ସୁରକ୍ଷା କାରଣରୁ ଶୀଘ୍ର ହଟାଯାଉ,ଗ୍ରାସୀମ କମ୍ପାନୀ ଚାରି ପାଖରେ ସ୍ଥାପିତ ତିନୋଟି ରାସାୟନିକ କାରାଖାନାର ନିର୍ଗତ ବିଶାକ୍ତ ଜଳ ନିକଟସ୍ଥ ପୋଖରୀ ମାନଙ୍କରେ ହେଉଥିବା ପ୍ରବେଶ ଓ ଗ୍ୟାସ ଦ୍ୱାରା ହେଉଥିବା ପ୍ରଦୂଷଣର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ,ଗଞ୍ଜାମ ଅଂଚଳର ଥିବା ଲବଣ ଉତ୍ପାଦନ କମ୍ପାନୀ ଦ୍ୱାରା ଖରଦି ଏବଂ ଲୁଣ କାରଖାନା ଗୁଡିକର ପୁନଃଉଦ୍ଧାରରେ ଯୋଗ ଦାନ ଭଳି ବିଭିନ୍ନ ଦାବୀ ସଂପର୍କରେ ଉକ୍ତ ଦାବୀ ପତ୍ର ରେ ଦର୍ଶାଯାଇଛୀ । ଏହି ଦାବୀପତ୍ର ପ୍ରଦାନ ବେଳେ ଗଞ୍ଜାମ କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଠା ତଥା ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ସଭାପତି ତଥା ଶ୍ରମିକ ନେତା ବୃନ୍ଦାବନ ପଲାଇ,ସଂପାଦକ ଶଙ୍କର ବାରିକ,ଉପସଭାପତି ତଥା କାଇଁଚପୁର ସରପଂଚ ଜି.ସନ୍ତୋଷ ରେଡ୍ଡି,ପାଳିବନ୍ଧ ସରପଂଚ ଦିଲ୍ଲୀପ ଛୋଟରାୟ,କୋଷାଧ୍ୟକ୍ଷ ସୁଦାମ ଜେନା,ପୂର୍ବତନ ଉପନଗରପାଳ ନୀଳାଂଚଳ ବାରିକ,ପୂର୍ବତନ କାଉନସିଲର ଅଭିନାଶ ବେହେରା,କମିଟି ସଦସ୍ୟ ରଞ୍ଜିତ ପଲାଇ,ପବିତ୍ର ସ୍ୱାଇଁ,ଶ୍ରମିକ ନେତା ପ୍ରଫୁଲ୍ଲ ପାଢୀ,ଅଭିରାମ ଗୌଡଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ