ଯାଦବ ମହାସଂଘ ପକ୍ଷରୁ ‘କୃଷ୍ଣାୟନ’ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ବାଲେଶ୍ୱର ଜିଲ୍ଲା ଯାଦବ ମହାସଂଘ ପକ୍ଷରୁ କୃଷ୍ଣ ଚେତନାର ଶାଶ୍ୱତ କାର୍ଯ୍ୟକ୍ରମ “କୃଷ୍ଣାୟନ’ ସ୍ଥାନୀୟ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ଓ ଚେତନା ସମ୍ପର୍କରେ ଉତ୍ତର ପିଢ଼ିଙ୍କୁ ଅବଗତ କରାଇବାରେ ଭଳି କାର୍ଯ୍ୟକ୍ରମ ବେଶ ସହାୟକ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ଯୁବ ଶିଳ୍ପପତି ସଂଗ୍ରାମ ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିକୁ କୃଷ୍ଣ ଭଗବାନଙ୍କ ଆଦର୍ଶ ଓ ଦର୍ଶନର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଆଇନଜୀବୀ ସମର କେଶରୀ ବାରିକ୍‌, କବି ପ୍ରଶାନ୍ତ ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପ୍ରମେୟ ଉତ୍ତର ଓଡ଼ିଶା ମୁଖ୍ୟ ସତ୍ୟଶିବ ଦାସ, ଯୁବ ସମାଜସେବୀ ମାନସ ଦତ, ସମାଜସେବୀ ସୁଜିତ୍ ଦେବ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟାଉନ୍ ହଲ୍‌ରେ ଏହି କାର୍ଯ୍ୟକ୍ରମ କୃଷ୍ଣମୟ କରିପାରିଛି ବୋଲି କହିଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ଏହି ଅବସରରେ ପୁରସ୍କୃତ କରିଥିଲେ । ଏଥି ସହ ଯାଦବ ମହାସଂଘର କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃଷ୍ଣାୟନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ନୃତ୍ୟ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମୁଗ୍ଧ କରିଥିଲା । ବିଶେଷ କରି କୃଷ୍ଣ ଭଗବାନଙ୍କୁ ଗୀତ ଗାଇ ଦୋଳିରେ ଝୁଳାଇବାର ପରମ୍ପରା ଏଠାରେ ଦେଖିବାକୁ ମିଳିଥିଲା । ଜିଲ୍ଲା ଯାଦବ ମହାସଂଘର ସଭାପତି ଭାଗିରଥି ବାରିକ୍ ସଂଗଠନର ସୁଦୃଢୀକରଣ ଓ କୃଷ୍ଣାୟନ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ସମ୍ପାଦକ ନିଶିତ୍ ବାରିକ୍ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ମିହିର୍ କୁମାର୍ ବାରିକ୍‌, ପ୍ରଭାସ କୁମାର ଦାସ, ଅଶୋକ ଚନ୍ଦ୍ର ଦାସ, ରାଧା ମୋହନ ବାରିକ୍‌, ବିଶ୍ୱଜିତ୍ ମହାପାତ୍ରଙ୍କ ସମେତ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ୍ ରୁ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଜିଲ୍ଲା ଯାଦବ ମହାସଂଘ ର କାର୍ଯ୍ୟକାରୀ ସଭାପତି ରାଜକିଶୋର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ