ଯାଦବ ସାହି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଏନଏସି ଅନ୍ତର୍ଗତ ଯାଦବ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅଗଷ୍ଟ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପୋଷାକ ବଣ୍ଟନ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବେହେରା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସ୍ୱତନ୍ତ୍ର ଅତିଥି ଭାବେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସୁଧାଂଶୁ ଶେଖର ପାଢ଼ୀ, କେ.ତ୍ରିଲୋଚନ ଦୋରା, ଏବିଇଓ ସୀମାଞ୍ଚଳ ସେଠୀ ଓ ସିଆରସିସି ଶଶିକାନ୍ତ ପାତ୍ର ଓ ଅଙ୍ଗନୱାଡି କର୍ମୀ ନଳିନୀ ମହାରଣା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ସବିତା ପାତ୍ର ଓ ମଞ୍ଜୁବାଳା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।


