ଯୁକ୍ତ ତିନି ତୃତୀୟ ସେମିଷ୍ଟାର ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ଦାବୀ

 ଧାରଣାରେ ବସିଲେ ଛତ୍ରପୁର ସରକାରୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ

ଛତ୍ରପୁର, ଛତ୍ରପୁର, (ଦେବଦତ୍ତ ମହାରଣା) : ଯୁକ୍ତ ତିନି ତୃତୀୟ ସେମିଷ୍ଟାର ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବାକୁ ଦାବୀ ନେଇ ଶୁକ୍ରୁବାର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆନ୍ଦୋନକୁ ଓହ୍ଲାଇଛନ୍ତି । ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ର ମହେଶ କୁମାର ଗୌଡ ଙ୍କ ନେତୃତ୍ୱରେ ବହୁ ଛାତ୍ରଛାତ୍ରୀ ମାନେ ଧାରଣା ଦେବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ଦୀର୍ଘ ୧ ବର୍ଷ ଧରି କରୋନା ମହାମାରୀ ତାର ପ୍ରକୋପ ବିସ୍ତାର କରିଥିବାରୁ ଦୀର୍ଘ ୮ ମାସ ରୁ ୯ ମାସ ଧରି କଲେଜ ଓ ପାଠପଢା ବନ୍ଦ ହୋଇ ରହିଥିଲା । ଏହି ବନ୍ଦ ସମୟରେ ପିଲାମାନେ ବହୁତ ପାଠପଢାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆସନ୍ତା ଅପ୍ରେଲ ୧୯ ତାରିଖରେ ଯୁକ୍ତ ତିନି ର ସେମିଷ୍ଟାର ପରୀକ୍ଷା ପାଇଁ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ପୂର୍ବରୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥଲେ ସୁଦ୍ଧା ଏହାର କିଛି ସୁଫଳ ନ ମିଳିଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ମାଇଛନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଅନଲାଇନ ମାଧ୍ୟମରେ ଯୁକ୍ତ ତିନି ତୃତୀୟ ସେମିଷ୍ଟାର ପରୀକ୍ଷା କରିବା ନିମନ୍ତେ ସେମାନେ ଦାବୀ କରିଛନ୍ତି । ଏହି ଆନ୍ଦୋଳନରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପବିତ୍ର ସ୍ୱାଇଁ, ରାକେଶ କୁମାର ଆଚାର୍ଯ୍ୟ, ଚକ୍ରପାଣି ପଲାଇ, ସ୍ୱାତି ଶିଖା ମୁନି, ଆଦିତ୍ୟ କୁମାର ଦାସ, ଏନ୍ ଆଦର୍ଶ ରେଡ୍ଡିଙ୍କ ସମେତ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ