ଯୁକ୍ତ-୨ ପରୀକ୍ଷାରେ ହାଟଡିହି କଲେଜର ସଫଳତା

ହାଟଡିହି, (ବିକାଶ ବିଶ୍ୱାଳ):ଯୁକ୍ତ ଦୁଇ ପରୀକ୍ଷାରେ ହାଟଡିହି କଲେଜର ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଆଜି ପ୍ରକାଶ ପାଇଥିବା ବିଜ୍ଞାନ ପରୀକ୍ଷା ଫଳରେ ମୋଟ ୨୫ଜଣ ପରୀକ୍ଷାର୍ଥôଙ୍କ ମଧ୍ୟରୁ ୨୪ଜଣ ପାସ କରିଥିବା ଜଣାଯାଇଛି । ଏଥିରେ ପ୍ରଥମ ଶ୍ରେଣୀରେ ଜଣେ, ଦ୍ୱିତୀୟ ଶ୍ରେଣୀରେ ୧୬ଜଣ ଓ ତୃତୀୟ ଶ୍ରେଣୀରେ ୭ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବାଣିଜ୍ୟରେ ମୋଟ ୧୩ଜଣ ପରୀକ୍ଷାର୍ଥିଙ୍କ ମଧ୍ୟରୁ ୧୧ଜଣ କୃତକାର୍ଯ୍ୟ ହୋଇଥିବାବେଳେତ୍ନ୍ଧ୍ୟରୁ ଦୁଇଜଣ ପ୍ରଥମ ଶ୍ରେଣୀରେ, ଦୁଇଜଣ ଦ୍ୱିତୀୟ ଶ୍ରେଣୀରେ ଓ ୭ଜଣ ତୃତୀୟ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଜଣାଇଛନ୍ତି । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ