ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲା ରେ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ଥାନା ଆଙ୍କୋରଡା ପଞ୍ଚାୟତ ଚାଞ୍ଚଡାପଲୀ ଗ୍ରାମରେ ରାଜେନ୍ଦ୍ର ବିଶ୍ବାଳଙ୍କୁ ହତ୍ୟା ଉଦ୍ୟମ ମାମଲାରେ ବୁଧବାର ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଜଣକ ହେଲେ ଚାଞ୍ଚଡାପଲ୍ଲୀ ଗ୍ରାମର ଗାଦୀ ସ୍ୱାଇଁ (୪୨) । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ୧୬ ତାରିଖରେ ଦିଗପହଣ୍ଡି ବ୍ଳକର ବିଭିନ୍ନ ବୁଥରେ ଅନୁଷ୍ଠିତ ହୋଇଥିଲା । ତେବେ ଏହି ମତଦାନକୁ କେନ୍ଦ୍ରକରି ସୋମବାର ଦିନ ଅପରାହ୍ନରେ ରାଜେନ୍ଦ୍ର ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଅଭିଯୁକ୍ତ ଜଣକ ରାସ୍ତାରେ ଅଟକାଇ ଗାଳିଗୁଲଜ କରିଥିଲେ । ରାଜେନ୍ଦ୍ର ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ଏପରିକି ଅଭିଯୁକ୍ତ ଗାଦୀ ସ୍ୱାଇଁ ପ୍ରଥମେ ଏକ ଇଟାଖଣ୍ଡରେ ରାଜେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧସ୍ତା ଧସ୍ତି ହୋଇଥିଲା ପରେ ଉତ୍ତେଜିତ ହୋଇ ଗାଦିସ୍ୱାଇଁ ପୁଣି ଥରେ ତାଙ୍କ ଘରୁ ଏକ କାତି ଆଣି ରାଜେନ୍ଦ୍ରଙ୍କୁ ତାଙ୍କ ଘର ଆଗରେ ମରଣାନ୍ତକ ଆକ୍ରମଣ କରିଥିଲା । ଯାହାଫଳରେ ରାଜେନ୍ଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ମଧ୍ୟ ଲାଗିଥିଲା । ଅବସ୍ଥା ଗୁରୁତର ରହିଥିବାରୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ପରିବାର ଲୋକେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ ୮୮/୨୨ , ଦଫା ୩୪୧/ ୨୯୪/୩୨୪/୩୦୭/୫୦୬ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଅଭିଯୁକ୍ତ ଗାଦୀଙ୍କୁ ଗିରଫ କରିବା ସହ ରକ୍ତଭିଜା କାତି ଜବତ କରି କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ଆବେଦନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ