ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଖମଳ ପଞ୍ଚାୟତର କଟକଣା ଦଣ୍ଡାରୁ ଗୁରୁବାର ପ୍ରତ୍ୟୁଷରେ ଝୁଲନ୍ତା ଅବସ୍ଥାରେ ଜନୈକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ ଧନେଶ୍ୱର ଜେନା(୧୮) ହୋଇଥିବା ବେଳେ ନିକଟସ୍ଥ ବିଶୋକ ଗ୍ରାମର ପ୍ରଫୁଲ୍ଲ ଜେନାଙ୍କର ସେ ପୁଅ ବୋଲି ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ଧନେଶ୍ୱର ଗତ କାଲି ରାତିରୁ ନିଖୋଜ ଥିଲା । ଗାଁ ଲୋକମାନେ କଟକଣା ଦଣ୍ଡାକୁ ଶୌଚ୍ଚ ହେବା ପାଇଁ ଯାଇଥିବା ବେଳେ ଧନେଶ୍ୱରର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏକ ଗାମୁଛା ସାହାଯ୍ୟରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଖବର ପାଇ ଡେରାବିଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଶବ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ଧନେଶ୍ୱର ପ୍ରଫୁଲ୍ଲଙ୍କ ଏକମାତ୍ର ପୁତ୍ର ହୋଇଥିବା ବେଳେ ଗତ ବର୍ଷ ସେ ମାଟ୍ରିକ ପାସ କରିଥିଲେ । ମାତ୍ର ମୃତ୍ୟୁର କାରଣ କିଛି ଜଣାପଡିନାହିଁ ।


