ଯୈାନ କିଳେଙ୍କାରୀର ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ହାଇକୋର୍ଟର ସର୍ତ୍ତମୂଳକ ଜାମିନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ଜନୈକ ମହିଳା କର୍ମଚାରୀଙ୍କୁ ଯୈାନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇ ବାରିମୂଳ ଜେଲରେ ଥିବା ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ବୁଧବାର ଓଡିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ସେହି ସର୍ତ୍ତଗୁଡିକ ନିମ୍ନ ଅଦାଲତ ଅଭିଯୁକ୍ତ ସାହୁଙ୍କୁ ଜାମିନରେ ଛାଡିବା ସମୟରେ ଆରୋପ କରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦେଶରେ ଉଲ୍ଲେଖ କରିଛନ୍ତି ।


