ରାଇକିଆ ରେ ବ୍ଲକ ସ୍ତରୀୟ ମେଳା ଉଦଯାପିତ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ସୁଗଡବାଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ତୱାବଧାନରେ ଆୟୋଜିତ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା “ବାଲ ବୈଜ୍ଞାନିକ ପ୍ରଦର୍ଶନୀ” ମେଳା ଉଦଯାପିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ ବିଇଓ ହାଡ଼ିବନ୍ଧୁ ବେହେରା ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ ଅଧକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ସଂମ୍ମାନୀତ ଅତିଥି ଭାବେ ଏବିଇଓ ସୀମାଦ୍ରି କହଁର, ସାରଥି କହଁର ଏବଂ ଧନେଶ୍ୱର ଖୁଣ୍ଟିଆ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀପ୍ରିୟ ପ୍ରଧାନ ଯୋଗ ଦେଇଥିଲେ ଉଦଘାଟନ କରଥିଲେ। ବିଚାରକ ଭାବେ କଟ୍ରିଙ୍ଗିଆ କଟଡିମୁଠା ଉଚ୍ଚ ବିଦ୍ୟାଳୟ ଅକ୍ଷୟ ପ୍ରଧାନ ବିଜ୍ଞାନ ଶିକ୍ଷକ ,ଫୁଲବାଣୀ ସେବାଶ୍ରମ ର ସନ୍ତୋଷ କୁମାର ରଥ ବିଜ୍ଞାନ ଶିକ୍ଷକ ଯୋଗଦେଇଥିଲେ । “ସମାଜ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା” ଶୀର୍ଷକ ମୁଖ୍ୟ ବିଷୟ ରେ ମୋଟ ୬୬ ଟି ବିଦ୍ୟାଳୟରୁ ୧୧୭ ଜଣ ଶିଶୁ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ କରଥିଲେ । ଉଦଯାପନି କାର୍ଯ୍ୟକ୍ରମରେ ସୁଗୁଡ଼ବାଡି ସମିତିସଭ୍ୟ ଜିକୁନ ସାହୁ ଯୋଗଦେଇଥିଲେ । ୧୧୭ଟି ପ୍ରକଳ୍ପ ମଧ୍ୟରୁ ସୁଗୁଡ଼ବାଡି ନୋଡାଲ ଉଚ୍ଚ ବିଦ୍ୟାଳୟ , କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲ, ଓଡିଶା ଆଦର୍ଶ ବିଦ୍ୟାଳୟ, ରାଇକିଆ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ , ରଣବା ଉନ୍ନୀତ ବିଦ୍ୟାଳୟ ମୋଟ ୫ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ମନୋନୀତ କରାଗଲା । ଶେଷରେ ପ୍ରଧାନଶିକ୍ଷକ ବିଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ଶିକ୍ଷୟତ୍ରୀ ସୁରପ୍ରଭା ନାୟକ ମଞ୍ଚ ପରିଚାଳନା କରଥିଲେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ