ରାଇରଙ୍ଗପୁରରେ ବହୁ ପ୍ରତିକ୍ଷିତ ସୈନିକ କେଣ୍ଟିନ ଶୁଭ ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଓଡିଶାର ସର୍ବବୃହତ୍ତମ ମୟୂରଭଂଜ ଜିଲ୍ଲା ଏକ ଆଦିବାସୀ ଅଧ୍ଯୁଷିତ ଅଂଚଳ । ଏହି ମାଟିର ବହୁ ଯୁବଗୋଷ୍ଠୀ ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ସେବା କରି ଆସୁଛନ୍ତି । ତଦସହ ଦେଶ ମାତୃକା ପାଇଁ ବଳିଦାନ ଦେଇଛନ୍ତି । ହେଲେ ମୟୂରଭଂଜ ଭଳି ଜିଲ୍ଲାରେ ସୈନିକ ଭାଇ ମାନେ ସେମାନଙ୍କର ଦୈନିକ ଖାଉଟି ଓ ବ୍ୟବହାର ସାମଗ୍ରୀ ପାଇଁ ସୁଦୂର ଯାମସେଦପୁର, ବାଲେଶ୍ୱର, ଭୂବନେଶ୍ୱରର ସୈନିକ କେଣ୍ଟିନ ଉପରେ ନିର୍ଭର କରନ୍ତି । ସେଥିପାଇଁ ସେମାନେ ଗମନାଗମନରେ ଅସୁବିଧା ସମ୍ମୁଖୀନ ହେବା ସହ ଆର୍ଥିକ ଶୋଷଣରେ ଶିକାର ହୁଅନ୍ତି ।ତେଣୁ ସିମାନ୍ତ ରାଇରଙ୍ଗପୁରର ଅବସରପ୍ରାପ୍ତ ସୈନିକ ଵିଭାଗର ଅନରାରି କେପଟେନ ଗୁରୁଚରଣ ହେମ୍ବ୍ରମ ଦିର୍ଘ ବର୍ଷ ହେଲା ରାଇରଙ୍ଗପୁରରେ ସୈନିକ କେଣ୍ଟିନ ଖୋଲିବା ପାଇଁ ଚେଷ୍ଟା କରି ଶେଷରେ ରବିବାର ଦିନ ସଫଳ ହୋଇଛନ୍ତି । ଅବସରପ୍ରାପ୍ତ ସୈନିକ ମାନଙ୍କର ଦୁଂଖକୁ କିଛିଟାହେଲେବି ଲାଘବ କରିବା ପାଇଁ ଚେଷ୍ଟା କରିଛନ୍ତି । ଆଜି ରାଇରଙ୍ଗପୁର କଲେଜଠାରୁ ଅଳ୍ପ ଦୂରର ଜାତୀୟ ରାଜପଥ ୨୨୦ ନମ୍ବର ପାର୍ଶ୍ବରେ ଘରୋଇ ଭଡାଘରେ ଏକ ସ୍ବିକୃତିପ୍ରାପ୍ତ ସୈନିକ କେଣ୍ଟିନ ଖୋଲିଛନ୍ତି । ଏହାକୁ ମୁଖ୍ୟ ଅତିଥି ଭାଵେ ରାଇରଙ୍ଗପୁର ଡେପୁଟି କଲେକ୍ଟର ଶୁଶାନ୍ତ ବରାଳ ଫିତାକାଟି ଏହାର ଶୁଭ ଉଦଘାଟନ କରିଛନ୍ତି । ପ୍ରାରମ୍ଭରେ ଏହି ମାଟିର ଗର୍ବ ଓ ଗୌରବ ବୀରଚକ୍ର ନୂଦୁରାମ ସୋରେନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏଠାରେ ସୈନିକ ପରିବାରର ଲୋକେ କେବଳ ଗ୍ରୋସରି ସାମାନ ସହ ଯାହା ଉପଲବ୍ଧ ଥିବ କିଣି ପାରିବେ ବୋଲି ବୁଝାସୁଝା କରୁଥିବା ଅନରାରି କେପଟେନ‌ ଗୁରୁଚରଣ ହେମ୍ବ୍ରମ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏସଏମ ଚନ୍ଦ୍ରମଣି ଦଳାଇ ଏହାର ଆଭିମୁଖ୍ୟ ଉପରେ କହିବା ସହ କାର୍ଯ୍ୟରତ ଓ ଅବସରପ୍ରାପ୍ତ ସୈନିକ ଏବଂ ସେମାନଙ୍କ ପରିବାରର ସୁବିଧା, ଅସୁବିଧା ମଧ୍ୟ ଜିଲ୍ଲା ସୈନିକ ବୋର୍ଡ ସମାଧାନ କରିବା ସହ ସହଯୋଗର ହାତ ବଢାଇବ ବୋଲି କହିଥିଲେ । ସମସ୍ତେ ପରସ୍ପରକୁ ସହଯୋଗର ହାତ ବଢାଇବା ଓ ଦୁଖସୁଖର ସାଥୀ ହେବା ପାଇଁ ଅନୁରୋଧ କରାଯାଇଥିଲା । ଅବସରପ୍ରାପ୍ତ ସୈନିକ କେଣ୍ଟିନ,ମିଟିଂ ହଲ, ଲାଇବ୍ରେରୀ ଇତ୍ୟାଦି ପାଇଁ ୪୦ ଡେସିମିଲ ସରକାରୀ ଜାଗା ପ୍ରଦାନ ପାଇଁ ସରକାର ସ୍ତରୀୟ ବ୍ଯବସ୍ଥା ଅଛି । ଏଥିପାଇଁ ପ୍ରଶାସନକୁ ଅବଗତ କରାଇ ସମସ୍ତ କାଗଜପତ୍ର,ସଠିକ ସ୍ଥାନ ନିରୂପଣ ପାଇଁ ସଂଘ ତରଫରୁ ପଦକ୍ଷେପ ନିଆଯିବ ବୋଲି ସିଦ୍ଧାନ୍ତ ହୋଇଥିଲା । ଅବସରପ୍ରାପ୍ତ ସୈନିକ ସଂଘ ଆନୁକୂଲ୍ୟରେ ବହୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅତିଥିଗଣ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସୈନିକ ପରିବାରର ସଦସ୍ୟମାନେ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ । ସୈନିକ କେଣ୍ଟିନ ଖୋଲା ଯାଇଥିବାରୁ ସମସ୍ତେ ସନ୍ତୋଷ ପ୍ରକାଶ କରିବାସହ ମୁଖ୍ୟ ଉଦ୍ୟକ୍ତା ଗୁରୁଚରଣଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ