କଣ୍ଟାବଣି ଷ୍ଟ୍ରକଚର ପରିସରରେ ପାଓ୍ବାର ଏମ୍ପଲୟଜ୍ ୟୂନିଅନ ତରଫରୁ କର୍ମି ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଡିଭିଜନର କଣ୍ଟାବଣି ଷ୍ଟ୍ରକଚର ପରିସରରେ ପାଓ୍ବାର ଏମ୍ପଲୟଜ, ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ବିଦ୍ୟୁତ ଶ୍ରମିକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଆର୍ତ୍ତବନ୍ଧୁ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ପ୍ରଦୀପ ପ୍ରଜ୍ୱଳନ କରି ସଭା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଟାଟା ପାଓ୍ବାର ବିଦ୍ୟୁତ ସଂସ୍ଥାକୁ ଆବଶ୍ୟକୀୟ ଷ୍ଟାଫ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରଯାଇଥିଲା । ପରେ ନବ ନିଯୁକ୍ତ ବିଦ୍ୟୁତ କର୍ମଚାରୀଙ୍କୁ ପାଓ୍ବାର ଏମ୍ପଲୟଜର ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇ ପୁଷ୍ପଗୁଛ୍ଛ ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା । ପରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ କର୍ମଚାରୀ ମାନଙ୍କୁ ପ୍ରତ୍ୟେକ ମାସ ୭ତାରିଖ ସୁଦ୍ଧା ଦରମା ପ୍ରଦାନ,କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଆବଶ୍ୟକୀୟ ସଠିକ ମାନର ସୁରକ୍ଷା ସାମଗ୍ରୀ, ଜୋତା, ହେଲମେଟ, ଗ୍ଲୋବସ ଏବଂ ବିଦ୍ୟୁତ ସାମଗ୍ରୀ ଯୋଗାଣ, ସମସ୍ତ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ, ଇସାଇ, ଇପିଏଫ ଡିପୋଜିଟ, ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୧୫ଲକ୍ଷ ଟଙ୍କାର ବୀମା କରଣ ନେଇ ଶ୍ରମିକ ମାନେ ଦାବି ରଖିଥିଲେ ।ଦୁର୍ଗମ ଅଂଚଳ ପାଇଁ ଫ୍ୟୁଜ କଲ କେମ୍ପ ଖୋଲିବା ପାଇଁ ଦାଵି ରଖା ଯାଇଥିଲା । ସ୍ଵସ୍ତିକ ଇଞ୍ଜିନିୟରିଂ ଏଜେନ୍ସିର ନିମ୍ନ ମାନର ବିଦ୍ୟୁତ ସାମଗ୍ରୀ ଯୋଗାଉ ଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ସର୍କଲ ସଂପାଦକ ତଥା ବରିଷ୍ଠ ବିଦ୍ୟୁତ ଶ୍ରମିକ ନେତା ଅଶ୍ବିନୀ ପଣ୍ଡା, ଡିଭିଜନାଲ ସେକ୍ରେଟାରୀ ରାମ ଦୁଲାଲ ରାୟ, ଡିଭିଜନାଲ ସାଂଗଠନିକ ସଂପାଦକ ରାଜେନ୍ଦ୍ର ମହାନ୍ତ, ଡିଭିଜନାଲ କେଶିୟାର ବିଜୟ କୃଷ୍ନ ମାଇତି,ଉପଖଣ୍ଡ ସଂପାଦକ ଦୀପକ ମହାନ୍ତ, ବହଳଦା ସେକ୍ସନ ସଂଗଠକ ଉଦୟନାଥ ବେହେରା ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିବାବେଳେ ଶତାଧିକ ବିଦ୍ୟୁତ କର୍ମଚାରୀ ସାମିଲ ହୋଇଥିଲେ ।ଶେଷରେ ସର୍କଲ ସେକ୍ରେଟାରୀ ଅଶ୍ବିନୀ ପଣ୍ଡା ସମସ୍ତଙ୍କୁ ପାଓ୍ବାର ଏମ୍ପଲୟଜ ୟୂନିଅନ ଛତାତଳେ ରହି ନିଜର ହକ ପାଇଁ ଲଢେଇ କରିବା ପାଇଁ ନିବେଦନ କରିଥିଲେ । ସମସ୍ତ କର୍ମଚାରୀ ନିଜର ସୁରକ୍ଷା ଓ କର୍ତ୍ତବ୍ୟ ଉପରେ ଧ୍ୟାନ ଦେବା ପାଇଁ କହିଥିଲେ ।ସହରବାସୀଙ୍କୁ ଉତ୍ତମ ବିଦ୍ୟୁତ ସେବା ଯୋଗାଇବା ପାଇଁ ବଦ୍ଧ ପରିକର ହେବା ଉଚିତ ବୋଲି କହି ସମସ୍ତଙ୍କୁ ଆସନ୍ତା ନବବର୍ଷ ପାଇଁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ