ରାଇରଙ୍ଗପୁରରେ ମାହୁରୀ ଵୈଶ୍ଯ ସମାଜର ମଥୁରାସିନୀ ମହୋତ୍ସବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବିହାରୀ ମାହୁରୀ ସଂପ୍ରଦାୟର କୂଳଦେବୀ ମଥୁରାସିନୀ ମା’ । ସେମାନଙ୍କର ମା’ ମଥୁରାସିନୀ ହେଉଛନ୍ତି ଆଦ୍ଯାଦେବୀ ଆଦ୍ଯାଦେବୀ ।ଯିଏକି ଲକ୍ଷ୍ମୀ ସ୍ୱରୂପା ଅଟନ୍ତି।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁରରେ ମାହୁରୀ ବୈଶ୍ଯ ମଣ୍ଡଳ ସଂପ୍ରଦାୟର କୂଳଦେଵୀ ମା’ମଥୁରାସିନୀ ପୂଜା ସମିତି ଆନୁକୁଲ୍ୟରେ ଧୂମଧାମରେ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ରାଇରଙ୍ଗପୁର ସହରର ଅଁଳାଡୁବା ସ୍ଥିତ ରାଧାକୃଷ୍ଣ ମନ୍ଦିର ପାଖରୁ ଶ୍ରଦ୍ଧାଳୁମାନେ ଏକ ସୁସଜ୍ଜିତ ରଥରେ ମା’ଙ୍କ ରୂପରେ ଏକ ଶିଶୁ କନ୍ୟାକୁ ବସାଇ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଶହ ଶହ ମହିଳା ପୁରୁଷ ଶ୍ରଦ୍ଧାଳୁ ସୁନ୍ଦର ବେଶଭୂଷାରେ ନିଶାନ ଧରି ସହର ପରିକ୍ରମା କରି ରାଇରଙ୍ଗପୁର ଖଡଗେଶ୍ବର ମନ୍ଦିର ପହଞ୍ଚିଥିଲେ । ମନ୍ଦିର ପ୍ରାଙ୍ଗଣରେ ଥିବା ମା’ ମଥୁରାସିନୀଙ୍କ ସ୍ଥାପିତ ମନ୍ଦିରରେ ସେଠାରେ ବିଶିଷ୍ଟ ପୂଜକ ଅବଧେଶ ମିଶ୍ରଙ୍କ ଏବଂ ସହଯୋଗୀଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରଦ୍ଧାଳୁ , ମାନସିକଧାରୀ ମାନେ ପୂଜାର୍ଚ୍ଚନା କରି ଥିଲେ । ଶ୍ରଦ୍ଧାଳୁମାନଙ୍କୁ କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିବମ ସେଠ,ରିତେଶ ରାମ,ଜୈନେନ୍ଦ୍ର ରାମ, ଜନାର୍ଦ୍ଦନ ରାମ, ବୀରେନ୍ଦ୍ର ରାମ, ଜୀତେନ୍ଦ୍ର ରାମ, ନିରଞ୍ଜନ ରାମ,ଅଜୟ ରାମ,ବିଜୟ ରାମ, ସୁଭଦ୍ରା ରାମ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ