ରାଜଧାନୀରେ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ସମଗ୍ର ରାଜ୍ୟରେ ଗୁରୁବାର ୧୩୬ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରରୁ ୨ ଜଣ ରହିଛନ୍ତି । ଏହି ଦୁଇ ଜଣଙ୍କ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୫ ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ ୬୭ ବର୍ଷୀୟ ବ୍ୟକ୍ତି । ୨୫ ବର୍ଷୀୟ ଯୁବକ ଜଣେ ଆପୋଲ ହସ୍ପିଟାଲରେ କାର୍ଯ୍ୟରତ ରହିଥିବାବେଳେ ତାଙ୍କ ପରିବାରର ଜଣେ ସଦସ୍ୟ ନିକଟରେ ସୁରତରୁ ଫେରିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟଜଣେ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମ ଆପାର୍ଟମେଣ୍ଟରେ ରହୁଥିଲେ । ୬୭ ବର୍ଷୀୟ ଏହି ବ୍ୟକ୍ତି ଜଣକ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ