ରାଜସ୍ୱ ଓ ୟୁଜର୍ସ ଫି ଆଦାୟରେ ଉତ୍ତମ ପ୍ରଦର୍ଶନ ନେଇ ଛତ୍ରପୁର ଏନଏସି ସମ୍ବର୍ଦ୍ଧିତ

ଛତ୍ରପୁର (ଦେବଦତ୍ତ ମହାରଣା) : ରାଜସ୍ୱ ଆଦାୟ ଏବଂ ସାନିଟାଇଜେସନ୍ ୟୁଜର୍ସ ଫି ଆଦାୟରେ ଉତ୍ତମ ପ୍ରଦର୍ଶନ କରିଥିବା ହେତୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଛତ୍ରପୁର ଏନଏସିକୁ ପୁରସ୍କୃତ କରାଯାଇଛି । । ଏହି ଅବସରରେ ରବିବାର ହିଞ୍ଜିଳିକାଟୁ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସେହିପରି ଭଲ ରାଜସ୍ୱ ଆଦାୟ କରିଥିବା ଛତ୍ରପୁର ଏନଏସିର ଟ୍ୟାକ୍ସ କଲେକ୍ଟର ଏସ୍ ଡାଲେୟା ରେଡ୍ଡୀ ଓ ଜି.ଜଗଦୀଶ ରେଡ୍ଡିଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାପାଳ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ କବିନ୍ଦ୍ରକୁମାର ସାହୁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏନଏସିର ଏହି ସଫଳାତକୁ ଡିଆରଡିଏ ପିଡି ତଥା ଏନଏସି ପ୍ରଶାସନିକ ଅଧିକାରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଟୁଇଟ ଯୋଗେ ଶୂଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ